ଶୀର୍ଷ ଖବର
Trending

ଭିଜିଲାନ୍ସ ଜାଲରେ ଧର୍ମଶାଳା ଆର ଆଇ !

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ ସୁଶାନ୍ତ  ସ୍ବାଇଁ!

ଦିନକୁ ଦିନ ବଢୁଛି ଲାଞ୍ଚ କାରବାର .ସରକାରୀ ଦରମାରେ ପରୁନି ସରକାରୀ ବାବୁଙ୍କର ପେଟ .ଜମି ମ୍ୟୁଟେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧର୍ମଶାଳା ତହସିଲର ବଳରାମପୁର  ଆରଆଇ ଧରାପଡିଛନ୍ତି। ଆରଆଇ ଜଣକ ହେଲେ ସୁଶାନ୍ତ  ସ୍ବାଇଁ।

ଏକ ଜମିର ମ୍ୟୁଟେସନ ପାଇଁ ରିପୋର୍ଟ ଦେବାକୁ ଧର୍ମଶାଳା ତହସିଲର ବଳରାମପୁର  ଆର. ଆଇ ସୁଶାନ୍ତ  ସ୍ବାଇଁ ଆବେଦନକାରୀକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସେ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଆଜି  ସୁଶାନ୍ତଙ୍କୁ ଆବେଦନକାରୀ ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲେ।  ସୁଶାନ୍ତଙ୍କ ଠାରୁ ଟଙ୍କା ଜବତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!