ବିଜେଡିରେ ଏବେ ଚାଲିଛି କଣ? ଶାସନରେ ଥିବା ବେଳେ ବିଜେଡି ନେତୃତ୍ବ କିମ୍ବା ବିଜେଡି ସୁପ୍ରିମୋଙ୍କ ବିରୁଦ୍ଧରେ ପଦୁଟିଏ କହୁନଥିଲେ । କିନ୍ତୁ ଏବେ ବିଜେଡି ନେତୃତ୍ବକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଦଳ ଛାଡୁଛନ୍ତି ଜଣେ ପରେ ଜଣେ ନେତା । କେବଳ ଦଳ ଛାଡୁନାହାନ୍ତି, ବରଂ ଦଳ ବିରୋଧରେ ବିଷୋଦଗାର କରୁଛନ୍ତି । ପୂର୍ବରୁ ଦୁଇ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ୍ କୁମାର ଦଳ ଛାଡିଥିଲେ। ଗତକାଲି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଜୟଲକ୍ଷ୍ମୀ ମହାପାତ୍ର । ବିଜେଡିରେ ଆଉ ନୀତି ଆଦର୍ଶ ନାହିଁ, ତାଲିବାନୀ ଶାସନ ଚାଲିଛି । ବରିଷ୍ଠ ନେତା ପାଣ୍ଡିଆନ୍, ମାନସ ମଙ୍ଗରାଜ ଦୁର୍ନୀତିର ଗନ୍ତାଘର ବୋଲି ସଙ୍ଗୀନ ଅଭିଯୋଗ କରିଥିଲେ । ପୂର୍ବରୁ ପ୍ରସନ୍ନ ପାଟ୍ଟଶାଣୀ, ଅମର ଶତପଥୀ, ପଦ୍ମନାଭ ବେହେରାଙ୍କ ଭଳି ଅନେକ ବରିଷ୍ଠ ନେତା ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ବିଜେଡି ନେତୃତ୍ବକୁ ଜଣେ ପରେ ଜଣେ ନେତା ଚ୍ୟାଲେଞ୍ଜ ଦେଉଛନ୍ତି, ବିଷ ଓଗାଳୁଛନ୍ତି। କିନ୍ତୁ କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ?
Related Articles
ମୁଖ୍ୟମନ୍ତ୍ରୀ ଙ୍କ ତଦନ୍ତ ନିର୍ଦେଶ
November 6, 2024
Check Also
Close
-
ଆଜି ପୀଠରେ ସପ୍ତମୀ ପୂଜା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜାOctober 9, 2024



