ମଧ୍ୟପ୍ରଦେଶର ଜବଲପୁରରେ ଥିବା ଅସ୍ତ୍ରଶସ୍ତ୍ର କାରଖାନାରେ ହେଲା ବଡ଼ ଧରଣର ବିସ୍ଫୋରଣ। କାରଖାନା ଧରାଶାୟୀ ହେବା ସହ ଗୁରୁତର ହେଲେ କର୍ମଚାରୀ। କୁହାଯାଉଛି ଯେ, ଏହି ବଡ ଦୁର୍ଘଟଣାରେ ପ୍ରାୟ ୧୨ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଥିସହିତ ଜଣେ ନିଖୋଜ ଥିବା କୁହାଯାଉଛି। ବିସ୍ଫୋରଣ ଏତେ ବଡ ଥିଲା ଯେ ସମଗ୍ର କୋଠା ଭୁଶୁଡି ପଡିଛି। ଅନେକ କର୍ମଚାରୀ କୋଠାର ଭଗ୍ନାଂଶ ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି।ବର୍ତ୍ତମାନ କାରଖାନା ପକ୍ଷରୁ କର୍ମଚାରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆଯାଉଥିବା ସାମ୍ନାକୁ ଆସିଛି।। ଅନ୍ୟପକ୍ଷରେ, ଉଦ୍ଧାରକାରୀ ଦଳ କୋଠାର ଭଗ୍ନାଂଶ ତଳେ କିଛି କର୍ମଚାରୀ ପୋତି ହୋଇଯାଇଥିବା ଆଶଙ୍କା କରି ଖୋଜାଖୋଜି ଆରମ୍ଭ କରିଛନ୍ତି।



