ରାଜ୍ୟଶୀର୍ଷ ଖବର
Trending

ବାତ୍ୟା ” ଦାନା” ପାଇଁ ରେଳ ବିଭଗ ର ଗାଇଡ଼ଲାଇନି ଜାରି ! ଅନେକ ଟ୍ରେନ ବାତିଲି

ସମ୍ଭାବ୍ୟ ବାତ୍ୟା ‘ଦାନାକୁ ନେଇ ଚିନ୍ତା ରେ ପୂର୍ବତଟ ରେଳ I ଏପର୍ଯ୍ୟନ୍ତ ୧୭୮ଟି ଟ୍ରେନ୍‌ ବାତିଲ ନେଇ ନିଷ୍ପତ୍ତି

ଭୁବନେଶ୍ବର: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ। ଆପଣଙ୍କର ଟ୍ରେନ୍‌ ଚାଲୁଛି କି ନାହିଁ ଜାଣନ୍ତୁ। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ରେଳବାଇ ଉପକୂଳ ଓଡ଼ିଶା ଦେଇ ଚଳାଚଳ କରିବାକୁ ଥିବା ଶତାଧିକ ଟ୍ରେନ୍‌ ବାତିଲ କରିଦେଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଓ ରେଳବାଇର ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ୧୭୮ଟି ଟ୍ରେନ୍‌ ବାତିଲ ହୋଇଛି।

 

ଏହି ଟ୍ରେନ୍‌ ଗୁଡ଼ିକ ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ପୁରୀରୁ ହାଓଡା ରୁଟ୍‌ରେ ବନ୍ଦ ରହିବ। ଏତଦ୍‌ ବ୍ୟତୀତ ପୂର୍ବତଟ ରେଳପଥର ଅନ୍ୟ ରୁଟ୍‌ରେ ମଧ୍ୟ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହେବ। ରେଳବାଇ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ହୋଇଛି। ଏଥିରେ ୮୫ଟି ଅପ୍‌ ଟ୍ରେନ୍‌ ଓ ୯୩ଟି ଡାଉନ୍‌ ଟ୍ରେନ୍‌ ସାମିଲ ରହିଛି। ବାତିଲ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ ମଧ୍ୟରେ ହାଓଡା-ସିକନ୍ଦରାବାଦ୍‌, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡା-ଭୁବନେଶ୍ବର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ଟ୍ରେନ୍‌ ବାତିଲ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!