ରାଜ୍ୟଶୀର୍ଷ ଖବର
Trending

ରାଜ୍ୟସ୍ତରୀୟ +2 ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ଭର୍ଦ୍ଧନା

ଚଳିତବର୍ଷ ଯୁକ୍ତ-ଦୁଇ ପରୀକ୍ଷାରେ, ସମଗ୍ର ରାଜ୍ୟରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ ଶହେ ଜଣ ଛାତ୍ର ଛାତ୍ରୀଙ୍କୁ , ଖବର କାଗଜ ‘ ସମ୍ବାଦ ‘ ପକ୍ଷରୁ, ସମ୍ଭର୍ଦ୍ଧିତ କରଯାଇଛି. ଭୁବନେଶ୍ୱରସ୍ଥିତ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ, ଆୟୋଜିତ ଏହି କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥିଭାବରେ, ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ମୁଖ୍ୟବକ୍ତା ଭାବରେ, ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋସ୍ନା ରାଉତ, ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ ର ଅଧକ୍ଷ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ନିର୍ଦ୍ଧେଶିକା ଶ୍ରୀମତୀ ମୋନିକା ନାୟାର ପଟ୍ଟନାୟକ, ଏବଂ ଏହି ଖବର କାଗଜର ବାର୍ତ୍ତା ସମ୍ପାଦକ ଶ୍ରୀ ଭବାନୀଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ. ଏହାପରେ, ରାଜ୍ୟର ବିଜ୍ଞାନ ବିଭାଗର ଶ୍ରେଷ୍ଠ ଶହେଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ସମେତ କଳା ବିଭାଗରେ ଶ୍ରେଷ୍ଠ ପଚାଶ ଜଣ ଏବଂ ବାଣିଜ୍ୟ ବିଭାଗ ରେ, ଶ୍ରେଷ୍ଠ 50 ଜଣ ବିଦ୍ୟାର୍ଥୀଙ୍କୁ , ଅତିଥିଙ୍କ ଦ୍ୱାରା ସମ୍ଭର୍ଦ୍ଧିତ କରାଯାଇଥିଲା . ଏହି ସଭାକୁ,, ସ୍ୱସ୍ତିକା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ.

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!