ଚଳନ୍ତା ଟ୍ରେନରେ ଚଢିବା ବେଳେ ଅଘଟଣ। କରବା ଏକ୍ସପ୍ରେସରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର । ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନରେ ଏହି ଅଘଟଣ ଘଟିଛି । ଗୁରୁତର ମା’ ଓ ୪ ବର୍ଷର ଝିଅକୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି ।ଦୁର୍ଘଟଣାରେ ମା’ ରତିକା ଚନ୍ଦନାଙ୍କର ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟିଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି । ତାଙ୍କ ୪ ବର୍ଷ ଝିଅ ହସ୍ତିନା ଚନ୍ଦନାଙ୍କର ଡାହାଣ ହାତ ଓ ଗୋଡ଼ କଟିଛି । ସ୍ୱାମୀ ଚୈତନ୍ୟ ଚନ୍ଦନା, ସ୍ତ୍ରୀ ଓ ପିଲାଙ୍କୁ ଧରି ଟିଟିଲାଗଡ଼ କାନିଝୁରିରୁ ରାୟଗଡାକୁ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ। ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।
Related Articles
ଜ୍ୟୋତି କଳା ମନ୍ଦିର ସମ୍ମାନ 2026
May 17, 2026
ରାଷ୍ଟ୍ରପତି ଭବନରେ କୋଣାର୍କ ଚକ୍ର I
October 30, 2024
Check Also
Close
-
ପୁଣି ଖୋଲିବ ମୁଖ୍ୟ ମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ !October 19, 2024


