ଶୀର୍ଷ ଖବର
Trending

ଦାନା ବାନ୍ଧୁଛି” ଦାନା”

ବାତ୍ୟା ର ମାସ ''ଅକ୍ଟୋବର''

ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନର ବେଗ ୧୫୦କିମି ଡେଇଁପାରେ ।  ମାଡ଼ ହେବ ସିଧା ଓଡ଼ିଶା ଉପକୂଳରେ  ପାରାଦୀପରୁ ବାଲେଶ୍ୱର ମଝିରେ ।  ଗ୍ଲୋବାଲ୍‌ ଫେରକାଷ୍ଟିଂ ମଡେଲ  (ଜିଏଫ୍‌ଏସ୍‌) ଏମିତି ପୂର୍ବାନୁମାନ  ଦେଇଛି । ବାତ୍ୟା ରୂପ ନେଲେ ଏହାର ନାମକରଣ ‘ଦାନା’ ରଖାଯିବ।

ଜିଏଫ୍‌ଏସ୍‌  ପୂର୍ବାନୁମାନ କହୁଛି, ଓଡ଼ିଶା ଭିତରେ ହିଁ  ବୁଲିବ ବାତ୍ୟା- ଉପକୂଳରୁ ଆଭ୍ୟନ୍ତର  ଆଉ ଉତ୍ତର ଓଡ଼ିଶା । ସପ୍ତାହେ ଯାଏ  ପ୍ରବଳ ବର୍ଷା ସମ୍ଭାବନା ବି ରହିଛି ।  ବାତ୍ୟା ଦୁର୍ବଳ ପରେ ବି ସପ୍ତାହ  ଯାଏ ଓଡ଼ିଶା ଉପରେ ଲଘୁଚାପ  ରହିବ । ଜିଏଫ୍‌ଏସ୍‌ ମଡେଲ ଏଭଳି ଆକଳନ କରିଛି ।

ଖାଲି ଜିଏଫ୍‌ଏସ୍‌ ମଡେଲ ନୁହେଁ,  ଏନ୍‌ସିଇପି ମଡେଲର ଆକଳନ ମଧ୍ୟ  ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି । ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ  ବାତ୍ୟା ଆଶଙ୍କା ୩୦ରୁ ୪୦% ରହିଛି  ବୋଲି ଆଇଏମ୍‌ଡି ଇଆର୍‌ଏଫ୍‌  ମଡେଲ ପୂର୍ବାନୁମାନ କରିଛି । ଇସି  ଏଆଇଏଫ୍‌ଏସ୍‌ ମଡେଲ କହିଛି  କାଟାଗୋରୀ-୧ ବାତ୍ୟା ହେବ ।

କିନ୍ତୁ ଭାରତୀୟ ପାଣିପାଗ ବିଭାଗର  ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  କହିଛନ୍ତି, ଆସନ୍ତା ସପ୍ତାହରେ ବାତ୍ୟା  ନେଇ ଏବେଯାଏ କୌଣସି ଆକଳନ  କରାଯାଇନି । ଏହି ସମୟରେ ଲଘୁଚାପ  ସୃଷ୍ଟି ହେବ । ଏହା ଘନୀଭୂତ ହୋଇ  ଅବପାତ ରୂପ ନେଇପାରେ।ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ଉତ୍ତର  ଓଡ଼ିଶାରେ ବର୍ଷା ହେବ ।  ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି, ୨୨ ତାରିଖରେ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ଯାଇପାରେ । ଏହା ଅଧିକ ଘନୀଭୂତ ହୋଇପାରେ । କିନ୍ତୁ ବାତ୍ୟା ସମ୍ଭାବନାକୁ ନେଇ କୌଣସି ପୂର୍ବାନୁମାନ ନାହିଁ । ୨୩ ଓ ୨୪ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ସେ କହିଛନ୍ତି ।

ସେହିଭଳି ଭାରତୀୟ ପାଣିପାଗ ବିଭାଗ  ଆଗାମୀ ଦୁଇ ସପ୍ତାହ ଯାଏ ଏକ ବିସ୍ତାରିତ ଆକଳନ  କରିଛି । ୨୨ରେ ଲଘୁଚାପ ଓ ୨୪ରେ ଅଧିକ  ଘନୀଭୂତ ହେବ ବୋଲି ଆଇଏମଡି ଜିଏଫଏସ୍‌  ମଡେଲ, ଜିଇଏଫଏସ୍‌, ଏନସିଇପି ଜିଏଫଏସ୍‌,  ଇସିଏମଡବ୍ଲୁଏଫ୍‌ ଓ ଇସିଏଆଇ ମଡେଲ ଭଳି  ସବୁ ମଡେଲ ଆକଳନ କରିଛନ୍ତି । ତେବେ ଅବପାତ  ରୂପ ନେବା ପରେ ଏହା ଅଧିକ ବଳୁଆ ହେବ  ବୋଲି ଜିଏଫଏସ୍‌ ମଡେଲ ଓ ଇସିଏମଡବ୍ଲୁଏଫ୍‌  ଆକଳନ କରୁଛନ୍ତି । ଏହା ଭୀଷଣ ବାତ୍ୟା ରୂପ  ନେବ ବୋଲି ଏନ୍‌ସିଇପି ମଡେଲ ଚିତ୍ର ଆଙ୍କିଛି । ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପରେ ଏହା  ଓଡ଼ିଶାକୁ ମୁହାଁଇବ ବୋଲି ୩ଟି ଯାକ ମଡେଲ  ଆକଳନ କରୁଛନ୍ତି ।

ଆଇଏମ୍‌ଡିର ଇଆରଏଫ୍‌  ମଡେଲ ମଧ୍ୟ ବାତ୍ୟା ହେବାର ସମ୍ଭାବନା ୩୦ରୁ ୪୦%  ରହିଛି ବୋଲି ଦର୍ଶାଇଛି । ଇସିଏମଡବ୍ଲୁଏଫ୍‌ର ଏଆଇ ମଡେଲ କହିଛି,  ୨୪ ତାରିଖରେ ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ ।  ସେବେ ବାତ୍ୟା କେନ୍ଦ୍ରସ୍ଥଳର ଚାପ ୯୮୮ ମିଲିବାର୍‌  ରହିପାରେ । ଏହାର ତୀବ୍ରତା ମପାଗଲେ ଏହି ବାତ୍ୟା  କାଟାଗୋରୀ-୧ରେ ଆସିବ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!