ରାଜନୀତିରାଜ୍ୟଶୀର୍ଷ ଖବର
Trending

ଆରମ୍ଭ ହେଲା ନୂଆ ପିସିସି ଚୟନ ପ୍ରକ୍ରିୟା

ଅନୁଧ୍ୟାନ ପାଇଁ କଂଗ୍ରେସ ନେତା ଚରଣ ଦାସ ମହନ୍ତଙ୍କୁ ଦାୟିତ୍ୱ

ଦୀର୍ଘଦିନ ହେଲା ରାଜ୍ୟ କଂଗ୍ରେସ ସଭାପତି ପଦ ଖାଲି ପଡ଼ିଥିବା ବେଳେ ଏବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଲ ଇଣ୍ଡିଆ କଂଗ୍ରେସ ପକ୍ଷରୁ ଏନେଇ ରିପୋର୍ଟ ଦେବାକୁ ଚରଣ ଦାସ ମହନ୍ତଙ୍କୁ ଦାୟିତ୍ବ ଦିଆଯାଇଛି ।

ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଚରଣ ଦାସ ମହନ୍ତଙ୍କୁ ଦାୟିତ୍ବ ଦେଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନେତୃତ୍ବ ଓ ସାଂଗଠିନକ ସ୍ଥିତି ନେଇ ସେ ଅନୁଧ୍ୟାନ କରିବେ, ଆଉ ଏହା ପରେ ଏକ ରିପୋର୍ଟ ଦେବେ । ଏହାପରେ କେନ୍ଦ୍ରୀୟ ନେତୃତ୍ବ ପିସିସି ମୁଖ୍ୟ ନେଇ ନିଷ୍ପତ୍ତି ନେଇପାରନ୍ତି । ଚରଣ ଦାସ ମହନ୍ତ ଏବେ ଛତିଶଗଡ଼ ବିରୋଧୀ ଦଳ ନେତା ଅଛନ୍ତି । ନିକଟରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ଦିପାବଳୀ ପରେ ପିସିସି ମୁଖ୍ୟ ନିଯୁକ୍ତ ହୋଇପାରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!