ଶୀର୍ଷ ଖବର

 ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୭ ଜଣଙ୍କର ମୃତ୍ୟୁ I

ହେମଗିରି ଥାନା ଗଏକନପାଲି ନିକଟରେ ଏକ ଟ୍ରଲରକୁ ପଛପଟୁ ମାରୁତି ଭ୍ୟାନ୍ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି ।ସୂଚନା ଅନୁସାରେ ରାତି ପ୍ରାୟ ୨ ଟା ରୁ ୨:୩୦ ମଧ୍ୟରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛ ପଟରୁ ଏକ ମାରୁତି ଭ୍ୟାନ୍ ଧକ୍କା ଦେଇଥିଲା।  ଧକ୍କା ଏତେ ଜୋର୍ ରେ ଥିଲା ଯେ ଘଟଣାସ୍ଥଳରେ ଚାଳକ ସହିତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରି ହେମଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଛତିଶଗଡ଼ ଚକାବାହାଲକୁ ହେମଗିରି ଥାନା କଣ୍ଡାଧୁଡ଼ା, ସମରପିଣ୍ଡା ଅଞ୍ଚଳରୁ ୧୦ ଜଣ କୀର୍ତ୍ତନ ମଣ୍ଡଳୀ ଏକ ଶ୍ରାଦ୍ଧ ଘରକୁ କୀର୍ତ୍ତନ କରିବା ପାଇଁ ଯାଇଥିଲେ ।  ପରେ ବାପାର ଶ୍ରାଦ୍ଧ ଥିଲା କୀର୍ତ୍ତନ ସରିଲା ପରେ ସମସ୍ତ କୀର୍ତ୍ତନ ମଣ୍ଡଳୀଙ୍କୁ ନିଜ ମାରୁତି ଭ୍ୟାନ୍ ପୁଅ ନିଜେ ଚଳାଇ ଘରକୁ ଆଣି ଛାଡୁଥିବା ଅବସ୍ଥାରେ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!