ଯାଜପୁର : କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ କାରଖାନାରୁ ଠିକା ଶ୍ରମିକ ନିଖୋଜ ହେବା ଘଟଣା। କାରଖାନା ପରିସରରୁ ନିଖୋଜ ଠିକା ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ତାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବାବେଳେ ଆଜି ମାଟିତଳୁ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଣ୍ଡବନ୍ଧ ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ସିଲୁ ପ୍ରଧାନ ବୋଲି ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କୁହାଯାଇଛି । ଏହି ଘଟଣାରେ ପୁଲିସ ୪/୫ ଜଣଙ୍କୁ ସନ୍ଦେହରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
