ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଛୁରୀ ଓ ସର୍ଜିକାଲ ବ୍ଲେଡ଼ରେ ଖଣ୍ଡିଆ ଖାବରା ବି କରିଦେଲେ। ଏଭଳି ଘଟଣା ଘଟିଛି ରାଜଧାନୀର ବଡଗଡ଼ ଅଞ୍ଚଳରେ। ଆହତ ଜଣଙ୍କ ହେଉଛନ୍ତି ବଡଗଡ଼ ଗାଁର ଦୀପକ ପ୍ରଧାନ। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।ଗତକାଲି ରାତି ପ୍ରାୟ ୧୧ ଟାରେ ଦୀପକ ନିଜ ଘରକୁ ଫେରୁଥିଲେ। ଏହି ସମୟରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ତାଙ୍କୁ ଗୋଇଠା ମାରିଥିଲେ। ଭାରସାମ୍ୟ ହରାଇ ଦିପକ ତଲେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଛୁରୀ ଓ ସର୍ଜିକାଲ ବ୍ଲେଡ଼ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ। ଦିପକ ରକ୍ତଜଡୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ସମୟରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଦିପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ
Related Articles
ଆସନ୍ତା ୧୫ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ
November 9, 2024
ବିଶ୍ୱର ସବୁଠାରୁ ବଡ ଦୂର୍ଗା ମୂର୍ତ୍ତି
October 5, 2024
୨୫ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା ରାମ ମନ୍ଦିର I
October 31, 2024
Check Also
Close
-
ସ୍ପେନ୍ରେ ପ୍ରଳୟଙ୍କାରୀ ବନ୍ୟାର ତାଣ୍ଡବ !୨୦୫ ଜଣଙ୍କର ମୃତ୍ୟୁNovember 2, 2024
