ବିଶେଷବିଶ୍ୱ
Trending

ସତର୍କ ନହେଲେ ଧ୍ୱସଂ ହେବ ପୃଥିବି !

ଦ୍ରୁତ ଗତି ରେ ପରିବର୍ତନ ହେଉଛି ଜଳବାୟୁପୃଥିବୀକୁ ମାଡ଼ି ଆସୁଛି ବଡ଼ ବିପଦ । ମାନବ ଇତିହାସରେ ପ୍ରଥମ ଥର ପାଇଁ  ବିଗିଡ଼ିଛି ବୈଶ୍ୱିକ ଜଳଚକ୍ର ସନ୍ତୁଳନ ।  ଏଥିଯୋଗୁ ଜୀବଜଗତ ଭୟଙ୍କର  ବିପର୍ଯ୍ୟୟର ସମ୍ମୁଖୀନ ହେବେ । ଖାଦ୍ୟ  ଉତ୍ପାଦନ ବହୁମାତ୍ରାରେ ହ୍ରାସ ପାଇବ  ବୋଲି ଏକ ନୂଆ ରିପୋର୍ଟରେ ଦାବି  କରାଯାଇଛି । ‘ଗ୍ଲୋବାଲ କମିଶନ ଅନ୍‌  ଇକୋନୋମିକ୍ସ ଅଫ୍‌ ୱାଟର’ ପକ୍ଷରୁ  ବୁଧବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଦଶନ୍ଧି ଦଶନ୍ଧି ଧରି ଭୂତଳ  ଜଳର ବିନାଶକାରୀ ବ୍ୟବହାର ଏବଂ  ଜଳ ପରିଚାଳନାରେ ଅବହେଳା  ବୈଶ୍ୱିକ ଜଳଚକ୍ରକୁ ଅଭୂତପୂର୍ବ ଭାବେ ପ୍ରଭାବିତ କରିଛି । ଏହା ମନୁଷ୍ୟକୃତ  ସ୍ଥିତି ଜଳବାୟୁ ପରିବର୍ତ୍ତନ ଜନିତ  ବିପଦଠାରୁ ବି ଆହୁରି ଭୟଙ୍କର ବୋଲି  ରିପୋର୍ଟରେ କୁହାଯାଇଛି।

ପୃଥିବୀ ଚାରିପାଖରେ ଏକ ନିର୍ଦ୍ଦିଷ୍ଟ  ଢଙ୍ଗରେ ପାଣିର ଘୂର୍ଣ୍ଣନକୁ ଜଳଚକ୍ର  ପ୍ରଣାଳୀ କୁହାଯାଏ । ଭୂମିରୁ ପାଣି  ନଦୀ, ଝରଣା ଭଳି ଜଳ ଉତ୍ସ ଏବଂ  ଗଛ ଜରିଆରେ ବାଷ୍ପୀଭୂତ ହୋଇ  ଉପରକୁ ଉଠିଥାଏ । ଏହି ଜଳୀୟ  ବାଷ୍ପ ଥଣ୍ଡା ହୋଇ ଆକାଶରେ ବାଦଲ  ହୋଇଥାଏ ଏବଂ ବର୍ଷା ରୂପରେ  ପୁଣି ଭୂପୃଷ୍ଠକୁ ପଡ଼ିବା ପୂର୍ବରୁ ଏକ  ଦୀର୍ଘ ବାଟ ଅତିକ୍ରମ କରିଥାଏ । ଏହି  ପ୍ରକ୍ରିୟା ସ୍ୱାଭାବିକ ରହିଲେ ଜଳଚକ୍ର  ସନ୍ତୁଳିତ ଥିବା କୁହାଯାଏ । କିନ୍ତୁ  ଏବେ ଏହି ପ୍ରକ୍ରିୟାରେ ଅସ୍ୱାଭାବିକତା  ଦେଖାଦେଇଛି । ଜଳଚକ୍ର ଅସନ୍ତୁଳିତ  ହେବା ଯୋଗୁ ପ୍ରାୟ ୩୦୦ କୋଟି ଲୋକ  ପାଣି ଅଭାବ ସମସ୍ୟାର ସମ୍ମୁଖୀନ  ହେଉଛନ୍ତି । ଜମିରେ ଫସଲ ଉଧଉ  ନ ଥିବାବେଳେ ସହର ବର୍ଷା ପାଣିରେ  ଉବୁଟୁବୁ ହେଉଛି।

ଅନ୍ତର୍ଜାତୀୟ ନେତୃତ୍ୱ  ଏବଂ ବିଶେଷଜ୍ଞ ସମୂହଙ୍କ ଜଳଆୟୋଗ ଏହି ରିପୋର୍ଟରେ କହିଛନ୍ତି ଯେ, ଯଦି  ଜଳଚକ୍ରରେ ଅସନ୍ତୁଳନକୁ ରୋକିବା ପାଇଁ ତତ୍କାଳ  ପଦକ୍ଷେପ ନିଆ ନ ଯାଏ ତେବେ ଏହାର ପରିଣାମ  ଭୟଙ୍କର ହେବ । ଜଳ ସଙ୍କଟ ଯୋଗୁ ବୈଶ୍ୱିକ  ଖାଦ୍ୟ ଉତ୍ପାଦନ ୫୦ ପ୍ରତିଶତକୁ ହ୍ରାସ ପାଇବାର  ଆଶଙ୍କା ରହିଛି । ୨୦୫୦ ସୁଦ୍ଧା ଦେଶଗୁଡ଼ିକର  ମୋଟ ଘରୋଇ ଉତ୍ପାଦ (ଜିଡିପି) ହାରାହାରି  ୮ ପ୍ରତିଶତ କମିପାରେ । ସେହିପରି କମ୍‌ ଆୟ  ବିଶିଷ୍ଟ ଦେଶଗୁଡ଼ିକର ଜିଡିପି ୧୫ ପ୍ରତିଶତ  ପର୍ଯ୍ୟନ୍ତ ଖସିପାରେ ବୋଲି ଅନୁମାନ କରଯାଇଛି । ଜଳବହୁଳ ଦେଶ ଭାରତ, ଚୀନ୍‌ ସମେତ ଦକ୍ଷିଣ  ଏବଂ ପୂର୍ବ ୟୁରୋପ ବହୁମାତ୍ରାରେ ପ୍ରଭାବିତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!