ରାଜ୍ୟଶୀର୍ଷ ଖବର
Trending

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ .

। ଗୁରୁବାର ଅପରାହ୍ଣରେ ଗଜଲକ୍ଷ୍ମୀ ପୂଜାମଣ୍ଡପଗୁଡ଼ିକୁ ବୁଲିବା ପାଇଁ ନିଜ ଗାଡ଼ିରେ ଶ୍ରୀ ବଳବନ୍ତରାୟ ଯାଉଥିବା ସମୟରେ ଡଙ୍କାରୀ ନିକଟସ୍ଥ କୁରିକଣା ଗାଁ ନିକଟରେ କିଛି ଯୁବକ ତାଙ୍କ

ଯାଜପୁର/ଧର୍ମଶାଳା/ଚଢ଼େଇଧରା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ (ଜିତୁ)ଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଗୁରୁବାର ଅପରାହ୍ଣରେ ଗଜଲକ୍ଷ୍ମୀ ପୂଜାମଣ୍ଡପଗୁଡ଼ିକୁ ବୁଲିବା ପାଇଁ ନିଜ ଗାଡ଼ିରେ ଶ୍ରୀ ବଳବନ୍ତରାୟ ଯାଉଥିବା ସମୟରେ ଡଙ୍କାରୀ ନିକଟସ୍ଥ କୁରିକଣା ଗାଁ ନିକଟରେ କିଛି ଯୁବକ ତାଙ୍କ ଗାଡ଼ିକୁ ରାସ୍ତା ଉପରେ ଅଟକାଇ ପ୍ରବଳ ଅଣ୍ଡାମାଡ଼ କରିବା ସହିତ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ୍‌ ହେଉଥିବାର ଦେଖିବାକୁ ମିଳିଛି। ଏହି ଘଟଣା ପାଇଁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କୁ ଦାୟୀ କରିଛନ୍ତି ଶ୍ରୀ ବଳବନ୍ତରାୟ।

କହିଛନ୍ତି, ଲୋକମାନଙ୍କ ସହିତ ଯେପରି ତାଙ୍କର ସମ୍ପର୍କ ନ ରହିବ, ସେଥିପାଇଁ ବିଧାୟକ ଲୋକ ଲଗାଇ ଏଭଳି ହୀନ ଘଟଣା ଘଟାଇଛନ୍ତି। ତେବେ ଏଥିରେ ସେ ଆଦୌ ଭୟଭୀତ ନୁହନ୍ତି। ଅନ୍ୟପକ୍ଷରେ ବିଧାୟକ ଶ୍ରୀ ସାହୁ ପାଲଟା ଜବାବ ରଖି କହିଛନ୍ତି ଏହା ଜନଆକ୍ରୋଶର ପ୍ରତିଫଳନ। ବହୁଦିନରୁ ଧର୍ମଶାଳାରେ ଚାଲିଥିବା ଦୁର୍ନୀତି, ଅନୀତି ଓ ଶୋଷଣର ଶିକାର ହୋଇ ଭୟଭୀତ ଥିବା ଲୋକମାନେ ଏବେ ମୁକ୍ତ ହୋଇ ତାଙ୍କ ରାଗ ଶୁଝାଉଛନ୍ତି। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। ପୂର୍ବତନ ବିଧାୟକ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ଅମୂଳକ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରଠାରୁ ଧର୍ମଶାଳା ରାଜନୀତି ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଆସିଛି। ବିଶେଷ କରି ଶାସକ ଦଳ ବିପକ୍ଷରେ ଜନମତ ଯିବା ପରେ ବିଜେପି-ବିଜେଡି ନେତା ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ତେବେ ଅଣ୍ଡାମାଡ଼ ସତ୍ତ୍ବେ ଶ୍ରୀ ବଳବନ୍ତରାୟ ମହିସରା, ବାଲିସାହି, ବରଡ଼ା, ଜେନାପୁର, କବାଟବନ୍ଧ ଆଦି ଅଞ୍ଚଳରେ ଥିବା ପୂଜା ମଣ୍ଡପରେ ମା’ଲକ୍ଷ୍ମୀଙ୍କ ଦର୍ଶନ କରି ଫେରିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!