ବିଶ୍ୱ

ଲକର ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଲୁଟେରା

ଭୁବନ,୧୩ା୮(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଡେଙ୍ଗାବାହାଳି ଗ୍ରାମର ବାସୁଦେବ ସାହୁଙ୍କ ଘରୁ ମଙ୍ଗଳବାର ରାତି ଗଡ୍‌ରେଜ ଭାଙ୍ଗି ନଗଦ ୫୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟେରାମାନେ ଲୁଟି ନେଇଥିବା ବୁଧବାର ଭୁବନ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗରେ ଦର୍ଶାଯାଇଛି ଯେ, ବାସୁଦେବଙ୍କ ପରିବାରର ସମସ୍ତ ସଦସ୍ୟ ଯାତ୍ରାଦେଖିବା ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗଡରେଜ ଲକର ଭାଙ୍ଗି ସୁନାହାର, ମଙ୍ଗଳସୂତ୍ର,୨ ହଳ କାନଫୁଲ, ୨ଟି ସୁନାମୁଦି ସହ ନଗଦ ୫୦ ହଜାର ଲୁଟିନେଇଛନ୍ତି। ସଙ୍ଗେସଙ୍ଗେ ପରିବାର ପକ୍ଷରୁ ଭୁବନ ପୋଲିସକୁ ଅଭିଯୋଗ କରାଯାଇଥିଲା। ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!