ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ନେଲେ ଶପଥ । ଶପଥ ପାଠ କରାଇଲେ ରାଜ୍ୟପାଳ । ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପରେ ପରେ ନାଏବ ସିଂ ସାଇନି ପୁଣିଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ସମାରୋହରେ ଯୋଗଦେବା ପାଇଁ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ରେ ଉପସ୍ଥିତ ରହିଛନ୍ତି । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଶପଥ ସମାରୋହ ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ନିର୍ବାଚନର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ହରିୟାଣାରେ ବିଜେପିରେ ସ୍ଥିତି କିଛି ଠିକ୍ ନଥିଲା। କୃଷକ ଆନ୍ଦୋଳନ, କୁସ୍ତିଯୋଦ୍ଧାଙ୍କ ଅନଶନ ଏବଂ ସରକାର ବିରୋଧୀ ହାୱା ନେଇ ବ୍ୟାକଫୁଟରେ ରହିଥିଲା ଦଳ। ଏଭଳି ସ୍ଥିତିରେ ମନୋହର ଲାଲ ଖଟ୍ଟରଙ୍କୁ ହଟାଇ ନାଏବ ସିଂ ସୈନିଙ୍କ ହାତରେ ହରିୟାଣା ରାଜନୀତିର ଡୋର ଧରାଇଥିଲା ବିଜେପି। ମାତ୍ର ୮ମାସରେ ନିଜ ନେତୃତ୍ବ ବଳରେ ଦଳୀୟ ସଂଗଠନକୁ ଟ୍ରାକକୁ ଫେରାଇ ଆଣିବାରେ ସେ ସକ୍ଷମ ହୋଇଥିଲେ। ଫଳସ୍ବରୁପ ଗଲା ନିର୍ବାଚନରେ ଦଳକୁ ବମ୍ପର ବିଜୟ ମିଳିଥିବା ବେଳେ କେନ୍ଦ୍ରୀୟ ନେତୃତ୍ବଙ୍କ ଭରସା ଜିତିପାରିଛନ୍ତି ସାଇନ।
Related Articles
ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗର ଶୁଣାଣି ପାଇଁ ପଂଜୀକରଣ
October 18, 2024
Check Also
Close
-
ବାତ୍ୟା ”ଦାନା” ଆସୁଛି …..!October 21, 2024


