ରାଜ୍ୟଶୀର୍ଷ ଖବର
Trending

୨ବର୍ଷ ପରେ ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ୍

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

୨ବର୍ଷ ପରେ ମିଳିଲା ଜାମିନ୍। ମନି ଲଣ୍ଡରିଂ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କୁ ମେ’ ୩୦, ୨୦୨୨ ରେ ଇଡି ଗିରଫ କରିଥିଲା। ଏହା ପରେ ମେ’ ୨୬, ୨୦୨୩ରେ ଚିକିତ୍ସା ପ୍ରତି ଦୃଷ୍ଟି ଦେଇ ସୁପ୍ରିମକୋର୍ଟ ସତ୍ୟେନ୍ଦ୍ର ଜୈନଙ୍କୁ ୬ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହା ପରେ ସେ ପୁଣି ଜେଲକୁ ଫେରିଥିଲେ। ବର୍ତ୍ତମାନ ତାଙ୍କୁ ଜାମିନ ମିଳିବା ପରେ ସେ ଖୁବଶୀଘ୍ର ଜେଲରୁ ବାହାରକୁ ଆସିବେ ବୋଲି ଜଣାଯାଇଛି। ସତ୍ୟେନ୍ଦ୍ର ଜୈନ ଜାମିନ ପାଇବା ପରେ ଆପ୍ ନେତା ମନୀଷ ସିସୋଦିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ସତ୍ୟମେବ ଜୟତେ। ଦେଶର ସମ୍ବିଧାନ ଜିନ୍ଦାବାଦ | ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ କରି ସତ୍ୟେନ୍ଦ୍ର ଜୈନଙ୍କୁ ଏତେ ଦିନ ଜେଲରେ ରଖାଯାଇଥିଲା। ତାଙ୍କ ଘର ଉପରେ ଚାରିଥର ଚଢ଼ଉ ହୋଇଥିଲା। କିଛି ମିଳିଲା ନାହିଁ, ତଥାପି ପିଏମଏଲଏର ଏକ ମିଥ୍ୟା ମାମଲା ରୁଜୁ କରାଯାଇ ତାଙ୍କୁ ଜେଲରେ ରଖାଗଲା | ସତ୍ୟ ଏବଂ ନ୍ୟାୟକୁ ସମର୍ଥନ କରିଥିବାରୁ ଦେଶର ନ୍ୟାୟପାଳିକାକୁ ଧନ୍ୟବାଦ।’

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!