ଟ୍ୱିନ ସିଟିରାଜନୀତିରାଜ୍ୟଶୀର୍ଷ ଖବର
Trending

ଦଳୀୟ ବିଜ୍ଞାପନ ଦେଲେ !ପଇସା ମାଗିବାରୁ କଂଗ୍ରେସ ନେତାଙ୍କ ଦବଂଗ ଗିରି ,ମାଗିବାରୁ ଥାନାରେ ମାମଲା

ଅଜୟ କୁମାର ଓ ଶରତ ପଟ୍ଟନାୟକଙ୍କ ସମେତ ୩ କଂ‌ଗ୍ରେସ ନେତାଙ୍କ ନାମରେ ଠକେଇ ମାମଲା

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ସମୟ‌ରେ ଗାଡ଼ିରେ ଏଲଇଡି ଟିଭିରେ କଂଗ୍ରେସର ଦଳୀୟ ପ୍ରଚାର ପାଇଁ ୧କୋଟି ୫୦ ଲକ୍ଷ ଟଙ୍କାର ଡିଲ୍‌ କଲେ। ଏଥିପାଇଁ ଆଗୁଆ ୮ ଲକ୍ଷ ଟଙ୍କା ମଧ୍ୟ ଦେଲେ। କିନ୍ତୁ ନିର୍ବାଚନ ପରେ ଆଉ ଟଙ୍କା ଦେଉନାହାନ୍ତି କଂ‌ଗ୍ରେସ ନେତା। ‌ଟଙ୍କା ମାଗିଲେ ବିହାରୀ ଗୁଣ୍ଡା ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଖଣ୍ଡଗିରିବାରି ଅଞ୍ଚଳର ଆଶୁତୋଷ ମହାପାତ୍ର। ପୂର୍ବରୁ ଏନେଇ ସେ ଥାନାରେ ମାମଲା ରୁଜୁ କରିଥିଲେ ମଧ୍ୟ ଭରତପୁର ଥାନା ପୁଲିସ ମାମଲା ନରଖିବାରୁ ସେ କୋର୍ଟର ଆଶ୍ରୟ ନେଇଥିଲେ। ଭୁବନେଶ୍ବର କୋର୍ଟରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ବରଞ୍ଜନ ମହାନ୍ତିଙ୍କ ନାମରେ ମାମଲା ରୁଜୁ କରିବା ପ‌‌ରେ କୋର୍ଟ ଭରତପୁର ଥାନାକୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ କେସ୍‌ ନଂ ୬୮୪/୨୦୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

                                                                                                     ଅଭିଯୋଗ ଅନୁସାରେ ଆ‌ଶୁତୋଷଙ୍କ ଆଡର୍ଣ୍ଣ ମିଡିଆ ନାମରେ ଏକ ବ୍ୟବସାୟିକ ସଂସ୍ଥା ଅଛି। ଏହି ସଂସ୍ଥା ଗାଡ଼ିରେ ଏଲଇଡି ଟିଭି ଲଗାଇ ବିଜ୍ଞାପନ ବା ପ୍ରଚାର ପ୍ରସାର କରନ୍ତି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ପ୍ରଦେଶ କଂ‌ଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ସେ‌ତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ଆଶୁତୋଷଙ୍କ ସହିତ ଆଲୋଚନା କରି ଗାଡ଼ିରେ ଏଲିଇଡି ଟିଭି ଲଗାଇ ବିଭିନ୍ନ ନିର୍ବାଚନମଣ୍ଡଳୀରେ କଂ‌ଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବାକୁ ଏକ କୋଟି ୫୦ ଲକ୍ଷ ଟଙ୍କାର ଚୁକ୍ତି କରିଥିଲେ। ଏବ‌ାବଦରେ ସେମାନେ ୮ ଲକ୍ଷ ଟଙ୍କା ଅଗ୍ରୀମ ମଧ୍ୟ ପ୍ରଦାନ କରିଥିଲେ। ନିର୍ବାଚନ ପରେ ଅବଶିଷ୍ଟ ଏକ କୋଟି ୪୨ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ। କିନ୍ତୁ ନିର୍ବାଚନ ସରିବା ପ‌ରେ ତାଙ୍କୁ ବାକି ଟଙ୍କା ଦିଆଯାଇ ନଥିଲା। ତେଣୁ ଜୁନ ୨୨ତାରିଖରେ ସେ ଅଜୟ କୁମାର ଓ ଶରତଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ସେମାନେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହିତ ତାଙ୍କୁ ତାଙ୍କ ଘ‌ରେ ଦେଖା କରିବାକୁ କହିଥିଲେ। ହେଲେ ଟଙ୍କା ଦେବା ବଦଳରେ ଧମକ ଦେଇଥିଲେ। ଟଙ୍କା ପାଇଁ ଶ୍ରୀ ମହାପାତ୍ର ଜିଦ୍‌ ଧରିବାରୁ ଶ୍ରୀ ମହାନ୍ତି ତାଙ୍କୁ ଧକ୍କା ମାରିବା ସହିତ ବିହାରୀ ଗୁଣ୍ଡା ଲଗାଇ ହତ୍ୟା ଧମକ ଦେଇଥିଲେ। ଏହାପରେ ଶ୍ରୀ ମହାପାତ୍ର ଆଇନଜୀବୀ ନିର୍ଭୟ କୁମାର ସାମନ୍ତରାୟଙ୍କ ସହାୟତାରେ କୋର୍ଟରେ ମାମଲା ରୁଜୁ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!