ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗର ଶୁଣାଣି ପାଇଁ ପଂଜୀକରଣ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୧ ତାରିଖ ଓ ଅକ୍ଟୋବର ୨୮ ତାରିଖରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ପୂର୍ବାହ୍ନ ୧୧ଟା ସମୟରୁ ୟୁନିଟ-୫, ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଏହି ଶୁଣାଣି ହେବ । ଏହି ଦୁଇଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଆଜି ଠାରୁ ପୂର୍ବାହ୍ନ୧୧ଟା ଠାରୁ ଆରମ୍ଭ ହେବ । ପ୍ରତି ଅଭିଯୋଗ ଶୁଣାଣି ଦିବସ ପାଇଁ ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିପାରିବେ। ପଂଜୀକରଣ କରିଥିବା ଏହି ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ଜରିଆରେ ଏନେଇ ପଞ୍ଜୀକରଣ କରିପାରିବେ । ଅଭିଯୋଗ ଶୁଣାଣି ଦିନ ପଂଜୀକୃତ ହୋଇଥିବାର ପ୍ରମାଣପତ୍ର ଓ ବ୍ୟକ୍ତିଗତ ପରିଚୟପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
Related Articles
ତିନି ମାସ ବିଳମ୍ବ ହୋଇପାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ
November 10, 2024
ଭାରତୀୟ ସେନାରେ ଲାଗିବ ଓଡ଼ିଶା ଡ୍ରୋନ୍
November 10, 2024
ଏକାମ୍ର କ୍ଷେତ୍ର ର ଦେବାଳୟ ରେ ଶ୍ରଦ୍ଧାଳୁ ଙ୍କ ଭିଡ !
October 21, 2024
‘ଦାନା” ରେ ଜୀବଦାନ ପାଇଲେ ୧୬୦୦ ନବଜାତକ ଶିଶୁ !
October 25, 2024
Check Also
Close
-
ଚିନ୍ତା ବଢ଼ାଉଛି ନିଯୁକ୍ତି ପରୀକ୍ଷା ବିଭ୍ରାଟOctober 2, 2024
