ସଂସ୍କୃତି
Trending

ଆଜିବି ବଳି ପ୍ରଥା ପ୍ରଚଳିତ ମାଁ ସୁନାଦେଇଙ୍କ ପ୍ରସିଦ୍ଧ ଛତର ଯାତ୍ରା ରେ !

 ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ପ୍ରସିଦ୍ଧ ଛତର ଯାତ୍ରା। ରକ୍ତ ରଞ୍ଜିତ ହେବ ସୁନାଦେଇ ଛତର ଯାତ୍ରା। ଏଥି ପାଇଁ ସୁନାବେଡ଼ା ଅଭୟାରଣ୍ୟ ଚଳଚଞ୍ଚଳ ହୋଇ ଥିବା ବେଳେ ବନବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଏହି ଅଭୟାରଣ୍ୟର ଛୋଟବଡ଼ 52ଟି ଗାଁର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସୂନାଦେଇ।

                                                                                                                       ଏହି ପୂଜା ପନ୍ଦର ଦିନ ପୂର୍ବରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମାରେ ଛତର ଯାତ୍ରା ହୁଏ। ଛତର ଯାତ୍ରା ସମୟରେ ଦର୍ଶନ କଲେ ଭକ୍ତଙ୍କ ମାନସିକ ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ଏହି ଯାତ୍ରା ଦେଖିବା ପାଇଁ ପଡୋଶୀ ଛତିଶଗଡ଼, କଳାହାଣ୍ଡି, ବରଗଡ଼, ନବରଙ୍ଗପୁର, ବଲାଙ୍ଗୀରରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୁଏ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!