ଶୀର୍ଷ ଖବର

ମୁଖ୍ୟମନ୍ତ୍ରୀ ଙ୍କ ତଦନ୍ତ ନିର୍ଦେଶ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁର ୬ ଦିନ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାର ସବୁ ମହଲରୁ ସମାଲୋଚନାର ଶିକାର ହେବା ପରେ ଆଜି ଘଟଣାକୁ ନେଇ ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଘଟଣାର ତଦନ୍ତ ଦକ୍ଷିଣାଞ୍ଚଳ ଆର୍‌ଡିସି ରୂପାରୋଶନ ସାହୁ କରିବେ ବୋଲି ଜଣାପଡିଛି।

ଆମ୍ବ ଟାକୁଆ ଜାଉ ଖାଇ ପୂର୍ବରୁ ୨ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୬ ଜଣ ଅସୁସ୍ଥ ହୋଇଛନ୍ତି । ୬ ଅସୁସ୍ଥଙ୍କ ମଧ୍ୟରୁ ୨ ଜଣ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। କଟକ ଏସ୍‌ସିବି ମେଡିସିନ୍‌ ଆଇସିୟୁରେ ଟୁନି ମାଝୀ ଏବଂ ଜିତା ମାଝୀଙ୍କ ଚିକିତ୍ସା ଜାରି ରହିଛି।ଅନ୍ୟପଟେ ଏହି ଘଟଣାକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସର ଷ୍ଟିୟରିଂ କମିଟି । ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନାଙ୍କ ସହ ଅନେକ ବରିଷ୍ଠ ନେତା ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସରକାର ଖାଦ୍ୟ ନିରାପତ୍ତା ଯୋଜନାରେ କାହାରିକୁ ଭୋକରେ ରଖିବାକୁ ଦେବୁନି ବୋଲି କହୁଥିବାବେଳେ କନ୍ଧମାଳ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଜାଣିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଆଲୋଚନା କରିବେ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!