ରାଜ୍ୟଶୀର୍ଷ ଖବର
Trending

ସୁଭଦ୍ରା ଯୋଜନା ନାଁରେ ସାଂଘାତିକ ଅଭିଯୋଗ

ଯାଞ୍ଚ ଆଳରେ ଟଙ୍କା ଲୁଟିନେଉଛନ୍ତି ଦୁର୍ବୃତ୍ତ

ସୁନ୍ଦରଗଡ଼ରେ ନୂଆ ଧରଣର ଠକେଇ। ସୁଭଦ୍ରା ଓ ଭତ୍ତା  ଆବେଦନ କରିଥିବା ହିତାଧିକାରୀଙ୍କ ଘରକୁ ଯାଇ ଦସ୍ତାବିଜ୍ ଯାଂଚ ଓ ଆଧାର ଲିଙ୍କ ହୋଇଛି କି ନାହିଁ ଜାଣିବା ଆଳରେ ଠକି ନେଉଛନ୍ତି ଠକ ।ସାଥିରେ ନେଇ ଯାଇଥିବା ସ୍ୱାଇପ ମେସିନରେ ଆଧାର ନମ୍ବର ଦେଇ ଅଙ୍ଗୁଳି ଟିପ ନେଇ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଗରିବଙ୍କ ହଜାର ହଜାର ଟଙ୍କା ।ଏପରି ଏକ ଠକେଇ ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ସଦରଥାନା ନିଆଲିପାଲି ଗାଁରୁ। ଗାଁର ସୁଷମା ମାଝୀ ଅଭିଯୋଗ କରିଛନ୍ତି, ତାଙ୍କ ଘରକୁ ଦୁଇ ଜଣ ଯୁବକ ଆସି ବ୍ଲକ କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଭତା ପାଇଁ ଆବେଦନ କରିଥିବାରୁ କାଗଜ ପତ୍ର ଯାଂଚ ପାଇଁ ଆସିଛୁ କହି ଆଧାରକାର୍ଡ ମାଗିଥିଲେ ।ଏହା ପରେ ସ୍ୱାଇପ ମେସିନରେ ଆଧାରକାର୍ଡ ନମ୍ବର ପକାଇ ସୁଷମାଙ୍କର ଟିପ ମେସିନରେ ନେଇଥିଲେ । ଟିପ ନେଲା ପରେ  ଦୁଇମାସ ପରେ ଭତା ହୋଇଯିବ କହି ଚାଲିଯାଇଥିଲେ , ତାଙ୍କ ଯିବା ପରେ ସୁଷମାଙ୍କ ଆକାଉଣ୍ଟରୁ ୯ ହଜାର ୯୦୦ ଟଙ୍କା କଟିଥିବା ମେସେଜ୍ ଆସିଥିଲା । ମେସେଜ୍ ଦେଖି ସୁଷମା ହତବାକ୍ ହୋଇଯାଇଥିଲେ ।ସେ ଜାଣିପାରିଲେ ନାହିଁ ଟଙ୍କା କେମିତି ଉଠିଲା । ବିଧବା ସୁଷମା ଦିନମଜୁରି କରି ପରିବାର ପ୍ରତିପୋଷଣ କରିବା ସହିତ ଛୁଆପିଲାଙ୍କ ଭବିଷ୍ୟତ ପାଇଁ କିଛି ଟଙ୍କା ରଖିଥିଲେ । ଏନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!