ରାଷ୍ଟ୍ରଶୀର୍ଷ ଖବର
Trending

ଦୀପାବଳି ପୂର୍ବରୁ ସରକାର ଦେବେ ବଡ଼ ଭେଟି

୩% ବଢ଼ିବ ମହଙ୍ଗା ଭତ୍ତା!

କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଦୀପାବଳି ପୂର୍ବରୁ ମିଳିବ ବଡ଼ ଭେଟି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଆଉ ୩% ବୃଦ୍ଧି କରିବେ କେନ୍ଦ୍ର ସରକାର। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ପ୍ରାଥମିକ ଭାବେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାର ଅକ୍ଟୋବର ୯ରେ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। କାରଣ ସେହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ହେଲେ ଅକ୍ଟୋବର ୯ରେ ସେମିତି କିଛି ବି ହୋଇ ନଥିଲା।

ଏବେ କିନ୍ତୁ ଖବର ମିଳିଛି ଯେ ଅକ୍ଟୋବର ୩୧ ଦୀପାବଳି ଉତ୍ସବର ଠିକ ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି ନେଇ ଘୋଷଣା କରିବେ। ଦୀପାବଳି ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ଏହି ସମୟରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯିବ।

ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଜରିଆରେ ମହଙ୍ଗା ଭତ୍ତାର ହିସାବ କରାଯାଏ। ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଖୁଚରା ବଜାରର ମୂଲ୍ୟକୁ ଟ୍ରାକ କରିଥାଏ। ମହଙ୍ଗା ଭତ୍ତା ବର୍ଷକୁ ଦୁଇ ଥର ସଂଶୋଧିତ କରାଯାଇଥାଏ।

କର୍ମଚାରୀଙ୍କୁ ସେମାନଙ୍କ ଜୀବନ ଧାରଣ କ୍ଷମତାରେ ଆର୍ଥିକ ସହାୟତା ପାଇଁ ମହଙ୍ଗା ଭତ୍ତାର ବ୍ୟବସ୍ଥା ସରକାର କରିଛନ୍ତି। କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କେବଳ ସେମାନଙ୍କ ଟେକ ହୋମ ଦରମା ପରିମାଣକୁ ବୃଦ୍ଧି କରିବ ନାହିଁ ବରଂ ଅନ୍ୟ ଭତ୍ତାରେ ମଧ୍ୟ ବୃଦ୍ଧି ଆଣିବ। ସେମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଏହା ମଜବୁତ କରିବ।

କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ ମହାସଂଘ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମହଙ୍ଗା ଭତ୍ତା ସମ୍ପର୍କରେ ତୁରନ୍ତ ଘୋଷଣା କରିବାକୁ କହିଥିଲେ। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୫୦% ମହଙ୍ଗା ଭତ୍ତା ପାଉଛନ୍ତି। ଦୀପାବଳି ପୂର୍ବରୁ ଯଦି ମହଙ୍ଗା ଭତ୍ତା ଆଉ ୩% ବଢ଼ିବ, ତା’ହେଲେ ଏହା ୫୩%ରେ ପହଞ୍ଚିବ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!