ରାଷ୍ଟ୍ରଶୀର୍ଷ ଖବର
Trending

ଜେଲ୍‌ରେ ରାମଲୀଳା

ବାନର ହୋଇଥିବା ୨ କଏଦୀ କାନ୍ଥ ଡେଇଁ ଚମ୍ପଟ୍...

ଉତ୍ତରପ୍ରଦେଶର ହରିଦ୍ୱାରରୁ ଦୁଇଜଣ କଏଦୀଙ୍କ ପଳାୟନ ପରେ ଜେଲ୍‌ ବିଭାଗ ହରଡ଼ଘଣାରେ ପଡ଼ିଛି। ଜେଲ୍‌ରେ ନିର୍ମାଣ କାର୍ଯ୍ୟ ଚାଲିଥିବାକୁହାଯାଉଛି। ସେମାନେ ଏହାର ସୁଯୋଗ ନେଇ ପଳାଇ ଯାଇଥିଲେ ବୋଲି ଜେଲ୍ ଅଧିକାରୀ କହିଛନ୍ତି। କିନ୍ତୁ ରିପୋର୍ଟ ଅନୁସାରେ ନବରାତ୍ରୀ ସମୟରେ ଜେଲ୍‌ରେ ରାମଲୀଳା ହୋଇଥିଲା। ଯେତେବେଳେ ସମସ୍ତ ଅଧିକାରୀ ଏବଂ ବନ୍ଦୀମାନେ ରାମଲୀଳା ଦେଖିବାରେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ବାନର ହୋଇଥିବା କଏଦୀମାନେ କାନ୍ଥ ଡେଇଁ ପଳାଇଥିଲେ।ବନ୍ଦୀ ପଙ୍କଜ ରୁର୍‌କିର ବାସିନ୍ଦା, ସେ ଏକ ହତ୍ୟା ମାମଲାରେ ଦଣ୍ଡ ଭୋଗୁଛନ୍ତି ଏବଂ ବନ୍ଦୀ ରାଜକୁମାର ଉତ୍ତରପ୍ରଦେଶର ଗୋଣ୍ଡାର ବାସିନ୍ଦା। ସେ ଜଣେ ଅନ୍ତେବାସୀ ବନ୍ଦୀ। ସୁଯୋଗ ପାଇବା ମାତ୍ରେ ଦୁହେଁ ଜେଲ୍‌ରୁ ଖସି ପଳାଇଥିଲେ।ଏହି ଘଟଣା ସମ୍ପର୍କରେ ସୂଚନା ଦେବାବେଳେ ଜିଲ୍ଲା ଜେଲର ବରିଷ୍ଠ ଜେଲ୍‌ ଅଧୀକ୍ଷକ ମନୋଜ କୁମାର ଆର୍ଯ୍ୟ କହିଛନ୍ତି ଘଯଣା ଘଟିବା ସମୟରେ ସେ ଛୁଟିରେ ଥିଲେ।  ଗତକାଲି ରାତିରେ ଏହି ଘଟଣା ଘଟିଛି। ରାମଲୀଲା ଚାଲିଥିବାବେ‌ଳେ ଦୁଇ କଏଦୀ ହରିଦ୍ୱାର ଜେଲ୍‌ରୁ ଚମ୍ପଟ୍ ମାରିଥିଲେ। ମାତା ସୀତାଙ୍କ ସନ୍ଧାନ ଚାଲିଥିବାବେଳେ ବାନର ହୋଇଥିବା ଦୁଇଜଣ କଏଦୀ କାନ୍ଥ ଉପରକୁ ଡେଇଁ ପଳାଇ ଯାଇଥିଲେ। ରାମଲିଲା ମଞ୍ଚସ୍ଥ ହେବାର ଦୃଶ୍ୟରେ ସମସ୍ତେ ବ୍ୟସ୍ତ ଥିଲେ ଏବଂ ଦୁହେଁ ସିଡ଼ି ଉପରକୁ ଯାଇ କାନ୍ଥ ପାର ହୋଇଥିଲେ। ବରିଷ୍ଠ ଜେଲ ଅଧୀକ୍ଷକ କହିଛନ୍ତି ଯେ କାହାର ଦୋଷ ରହିଛି ତାହା ଜାଣିବା ପାଇଁ ତଦନ୍ତ କରାଯାଉଛି। ସୂଚନା ଅନୁଯାୟୀ, ଯେତେବେଳେ ରାତିରେ ବ୍ୟାରେକ ବନ୍ଦ ହୋଇଯାଏ, ସେତେବେଳେ ବନ୍ଦୀମାନଙ୍କୁ ଗଣନା କରାଯାଏ। ରାତିରେ ଗଣନା ଆରମ୍ଭ ହେବା ପରେ ଦୁଇଜଣ କଏଦୀ ନିଖୋଜ ଥିବା ଜଣାପଡିଥିଲା। ଯେତେବେଳେ ଅନୁସନ୍ଧାନ କରାଯାଇଥିଲା, ପଙ୍କଜ ଏବଂ ରାଜକୁମାର ନାମକ କଏଦୀ ନିଖୋଜ ଥିବା ଜଣାପଡିଥିଲା। ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜଣାପଡିଥିଲା ​​ଯେ ଉଭୟେ ସିଡ଼ି ବ୍ୟବହାର କରି ଜେଲରୁ ପଳାଇ ଯାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!