ରାଜନୀତିରାଷ୍ଟ୍ରଶୀର୍ଷ ଖବର
Trending

ଜମ୍ମୁ-କଶ୍ମୀରରେ ଉଚ୍ଛେଦ ହେଲା ରାଷ୍ଟ୍ରପତି ଶାସନ

ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଜାରି

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଏହା ସହ ଏଠାରେ ୬ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଉଚ୍ଛେଦ ହୋଇଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଛି। ଆସନ୍ତା ୧୬ ତାରିଖରେ ଏନ୍‌ସି ମେଣ୍ଟ ସରକାର ଶପଥ ଗ୍ରହଣ କରିପାରେ।

୧୦ ବର୍ଷ ତଳେ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ବିଜେପି ଓ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୮ରେ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ଏବଂ ମେହବୁବା ମୁଫ୍ତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସରକାର ଭାଙ୍ଗିଯାଇଥିଲା। ସେବେଠାରୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା, ଯାହା ଏବେ ହଟିଯାଇଛି।

୨୦୨୪ ପୂର୍ବରୁ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ବିଜେପି ଓ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୮ରେ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ଏବଂ ମେହବୁବା ମୁଫ୍ତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସରକାର ଭାଙ୍ଗିଯାଇଥିଲା।

ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ନ୍ୟାସନାଲ କନଫରେନ୍ସକୁ ମଧ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିବା ଆରମ୍ଭ ହୋଇଛି। ଜମ୍ମୁର ଛମ୍ବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଥିବା ସ୍ୱାଧୀନ ନେତା ସତୀଶ ଶର୍ମା ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଛନ୍ତି । ରବିବାର ଡୋଡାରେ ଏକ ରାଲିକୁ ସମ୍ବୋଧିତ କରି ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗଠନରେ ଏନସିକୁ ପୂର୍ଣ୍ଣ ସମର୍ଥନ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!