ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ଜିଲ୍ଲାର ସମସ୍ତ ବଡ ବଡ ମନ୍ଦିରରେ ଓମ୍ଫେଡ ଘିଅର ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାପଳମାନଙ୍କୁ କୁହାଯାଇଛି । ପ୍ରତି ବ୍ଲକରେ ୧୪୨୩ କୋଟି ଟଙ୍କା ବ୍ୟୟରେ କାମଧେନୁ ଯୋଜନା ହେବ । ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦିଆଯିବ । ଗାଈ ବାଚୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ । ଓମ୍ଫେଡ ଗୁଡ଼ିକର ପୁନର୍ଗଠନ କରାଯିବ । ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । ଗାଁ ଗହଳିରେ ଓମ୍ଫେଡ ଚାହିଦା ବଢୁଛି ତେଣୁ ପ୍ରତି ଗାଁରେ ଏହି ଓମ୍ଫେଡ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
Related Articles
କାଗଜ ରେକର୍ଡ ରେ ବସୁଧା ଯୋଜନା.. ପାଣି ପାଇଁ ଲୋକେ ହନ୍ତସନ୍ତ!
November 3, 2024
Check Also
Close
-
ଆମେରିକା ଡ୍ରୋନ୍ ଜ୍ଞାନକୌଶଳ ଚୋରିକଲା ଚୀନ୍!November 10, 2024

