ବିସ୍ଫୋରଣରେ ଥରିଲା ପାକିସ୍ତାନ । ବଲୋଚିସ୍ତାନର କ୍ୱୋଟା ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରତିଦିନ ଭଳି ଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ଯାତ୍ରା କରିବା ପାଇଁ ଟିକେଟ କାଉଣ୍ଟରରେ ଭିଡ଼ ଜମାଇଥିଲେ । ଏହି ସମୟରେ ଷ୍ଟସେନର ଟିକେଟ୍ ବୁକିଂ କାଉଣ୍ଟରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି ।ଟ୍ରେନ୍ ପ୍ଲାଟ୍ଫର୍ମରେ ପହଞ୍ଚିବାର ଠିକ୍ ପୂର୍ବରୁ ବିସ୍ଫୋରଣ ଯୋଗୁଁ ଏତେ ଲୋକଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପୋଲିସ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା ବଢ଼ିଛି । ମିଳିଥିବା ସୂଚନା ଅନୁସାରେ ସକାଳ ୯ଟାରେ କ୍ବେଟା ରେଳ ଷ୍ଟେସନରୁ ଜାଫର ଏକ୍ସପ୍ରେସ ଛାଡ଼ିବାର ଥିଲା । କିନ୍ତୁ ଟ୍ରେନ ପହଞ୍ଚିବା ପୂର୍ବରୁ ହିଁ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପାଇଁ ବଲୋଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି।
Related Articles
ସ୍ପେନ୍ରେ ପ୍ରଳୟଙ୍କାରୀ ବନ୍ୟାର ତାଣ୍ଡବ !୨୦୫ ଜଣଙ୍କର ମୃତ୍ୟୁ
November 2, 2024
ତୃତୀୟ ପର୍ଯ୍ୟାୟର ମିଳିବ ସୁଭଦ୍ରା ଟଙ୍କା।
October 31, 2024
Check Also
Close
-
ମୁଖ୍ୟମନ୍ତ୍ରୀ ଙ୍କ ଝାଡ଼ଖଣ୍ଡ ଗ୍ରସ୍ତ !November 11, 2024

