। ଗୁରୁବାର ଏଠାକାର ଏକ ସ୍କୁଲ ଉପରେ ଇସ୍ରାଏଲୀ ଏୟାର ଷ୍ଟ୍ରାଇକ୍ ଯୋଗୁ ଛାତ୍ରଛାତ୍ରୀଙ୍କ ସମେତ ୧୭ ଜଣ ପ୍ରାଣ ହରାଇଛନ୍ତି । ୩୨ରୁ ଅଧିକ ଆହତ ହୋଇଛନ୍ତି । ନୁସେରାତ କ୍ୟାମ୍ପରେ ଥିବା ଏକ ଆଶ୍ରୟସ୍ଥଳ ଉପରେ ଏହି ହମ୍ଲା ହୋଇଛି । ସ୍କୁଲକୁ ଆଶ୍ରୟସ୍ଥଳରେ ପରିଣତ କରାଯାଇଥିଲା । ମୃତକଙ୍କ ମଧ୍ୟରେ ୭ ବର୍ଷୀୟ ହମାଦ, ୮ ବର୍ଷୀୟ ମହମ୍ମଦ, ୯ ବର୍ଷୀୟ ମୋତାସିମ୍ ଓ ୫ ବର୍ଷୀୟ ମଲାକ୍ ରହିଛି । ଦୁଇ ମହିଳାଙ୍କ ସହ ୧୧ ମାସର ଜଣେ ପିଲା ବି ପ୍ରାଣ ହରାଇଛି । ତେବେ ପ୍ରଥମ ଥର ପାଇଁ ଗାଜାର ସ୍କୁଲ ଉପରେ ଇସ୍ରାଏଲ୍ ଆକ୍ରମଣ କରିନାହିଁ । ବର୍ତ୍ତମାନ ଏହା ସ୍କୁଲଗୁଡ଼ିକୁ ଅଧିକ ଟାର୍ଗେଟ୍ କରୁଛି । ବିଭିନ୍ନ ସ୍ଥାନରୁ ବିସ୍ଥାପିତ ହୋଇ ଆସିଥିବା ପରିବାରଗୁଡ଼ିକ ସ୍କୁଲ୍କୁ ନିରାପଦ ଭାବି ଆଶ୍ରୟ ନେଉଥିବା ବେଳେ ଇସ୍ରାଏଲ୍ ସେନାର ଆଖି ସେମାନଙ୍କ ଉପରେ ପଡ଼ିଛି । ଏଠାରେ ଆତଙ୍କୀମାନେ ଲୁଚିଥିବା ଅଭିଯୋଗ କରି ଇସ୍ରାଏଲ୍ ଏମାନଙ୍କୁ ଟାର୍ଗେଟ୍ କରୁଛି । ଅସ୍ଥାୟୀ ଶିବିର ଏବଂ ଆଶ୍ରୟସ୍ଥଳ ଉପରେ ବର୍ତ୍ତମାନ ଜୋରଦାର ଆକ୍ରମଣ କରାଯାଉଛି । ଏଭଳି ସ୍ଥିତିରେ କେନ୍ଦ୍ରୀୟ ଗାଜାରେ ଥିବା ଡେର୍ ଏଲ୍-ବଲାହ ସହରରେ ସାଙ୍ଘାତିକ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି । ଲୋକମାନେ ଖାଇବାକୁ ନ ପାଇ ଡହଳବିକଳ ହେଉଛନ୍ତି । ଆଜି ସହରର ଏକ ବେକରି ସପ୍ ଖୋଲିବା ପରେ ଏହା ସମ୍ମୁଖରେ ହଜାର ହଜାର ଲୋକ ଭିଡ଼ ଜମାଇଥିଲେ । କିନ୍ତୁ କିଛି କ୍ଷଣ ପରେ ଦୋକାନ ଖାଲି ହୋଇଯାଇଥିଲା । ଫଳରେ ଲୋକମାନେ ଭୋକିଲା ପେଟରେ ଫେରିଥିଲେ । ଏହି ଦୃଶ୍ୟ ଅତ୍ୟନ୍ତ ଦୟନୀୟ ଥିଲା
Related Articles
ଜ୍ୟୋତି କଳା ମନ୍ଦିର ସମ୍ମାନ 2026
May 17, 2026
ବସ୍ତା ରୁ ଉଦ୍ଧାର ମଣିଷ ଖପୁରି !
October 17, 2024
Check Also
Close
-
ଲଳିତାସନରେ ବଡ଼ମ୍ବାରେ ପୂଜା ପାଉଛନ୍ତି ମା’ ଭଟ୍ଟାରିକାOctober 5, 2024



