ଦାନା ” ଯେତେ ପାଖେଇ ଆସୁଥାଇ ସେତେ ଜୋର ଗର୍ଭ ଯନ୍ତ୍ରଣା ବଢୁଥାଏ I କଣ ଆଗକୁ ଘଟିବାକୁ ଯାଉଛି କିଛି ବୁଝୁ ହେଉନଥାଏ ବେଳକୁ ବେଳ ରାତି ବଢୁଥାଏବାତ୍ୟା ‘ଦାନା’ର ଭୟ ଓ ଆଶଙ୍କା ମଧ୍ୟରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଦୁନିଆ ଦେଖିଛନ୍ତି ୧୬୦୦ ନବଜାତକ। ଗୁରବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ମୁକାବିଲା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ପରେ ଗଣମାଧ୍ୟମରେ ବକ୍ତବ୍ୟ ରଖି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୫,୮୪,୮୮୮ ଜଣ ବ୍ୟକ୍ତିଙ୍କୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ରାତି ସୁଦ୍ଧା ୬ ଲକ୍ଷରୁ ଅଧିକ ହେବ ବୋଲି ସେ କହିଛନ୍ତି। ସେ କହିଥିଲେ ଯେ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ମାନଙ୍କୁ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ଓ ମା’ ଗୃହକୁ ଅଣାଯାଇଥିଲା। ୪୪୩୧ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୬୦୦ ମହିଳା ମାତୃତ୍ବ ଲାଭ କରିଛନ୍ତି। ସମସ୍ତ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥÒବା ମୁଖ୍ୟମନ୍ତ୍ରୀ କହିଛନ୍ତି।ବିଶେଷକରି ବାତ୍ୟା ପ୍ରଭାବିତ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲା ଗୁଡ଼ିକରୁ ବିଭିନ୍ନ ସୁରକ୍ଷା କେନ୍ଦ୍ର ଓ ମାତୃଗୃହକୁ ସ୍ଥାନାନ୍ତରିତ ହୋଇଥÒବା ଆସନ୍ନପ୍ରସବାମାନେ ସୁରକ୍ଷିତ ଭାବରେ ସନ୍ତାନସନ୍ତତିଙ୍କୁ ଜନ୍ମ ଦେଇଛନ୍ତି।
Related Articles
ଆସ୍ଥାନ ରୁ ଉଠି ଆସି ବେ କି ମା ଧାମରାଈ ବାତ୍ୟା ଦାନା କୁ ଅଟକାଇବାକୁ ଗୁହାରି ?
October 24, 2024
ମହିଳା ସରପଂଚ ଙ୍କୁ ଅନାସ୍ଥା ଭୟ ବିଷପି ଆତ୍ମହତ୍ୟା ଉଦ୍ୟମ !
November 11, 2024
Check Also
Close
-
ଆଜି ମହାମାୟାଙ୍କ ମହାଷ୍ଟମୀOctober 11, 2024


