ଶୀର୍ଷ ଖବର
Trending

ବାତ୍ୟା ପାଇଁ BMC ର ପ୍ରସ୍ତୁତି ! ଛୁଟି ବାତିଲି I

”ଦାନା ”ପାଇଁ ସଜାଗ ପ୍ରଶାସନିକ ବୈଠକସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବିଏମ୍‌ସିର ସବୁ ଅଧିକାରୀଙ୍କ ଛୁଟି  ବାତିଲ କରିଦିଆଯାଇଛି । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ  ଅଧ୍ୟକ୍ଷତାରେ ଆଜି ବସିଥିବା ବାତ୍ୟା  ମୁକାବିଲା ପ୍ରସ୍ତୁତି ବୈଠକରେ ଏହି  ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନେଜ ବିଭାଗକୁ ସଜାଗ ରହିବାକୁ ପରାମର୍ଶ  ଦିଆଯାଇଛି । ତଳିଆ ଅଞ୍ଚଳରେ  ଯେପରି ପାଣି ନ ଜମେ ସେ ପ୍ରତି  ଧ୍ୟାନ ଦେବାକୁ କୁହାଯାଇଛି । ଏହା  ସହ ପମ୍ପ ସେଟ୍‌ ସଜାଗ ରଖିବାକୁ  କୁହାଯାଇଛି । ସେହିପରି ଅଗ୍ନିଶମ  ବିଭାଗ ମଧ୍ୟ ସଜାଗ ରହିବେ ।  ସବୁ ଜୋନ୍‌ ଅଧିକାରୀ ମାନେ  ୱାର୍ଡ ଉପରେ ନଜର ରଖିବାକୁ  କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ  ଏବଂ ଅନ୍ୟ ଜାଗା ଚିହ୍ନଟ କରି  ସ୍ଥିତି ପରଖିବାକୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!