ଏଣିକି ୪ ମାସ ନୁହେଁ, ୨ ମାସ ପୂର୍ବରୁ କରିହେବ ଟ୍ରେନ୍ ଟିକେଟ୍ ବୁକିଂ। ଟ୍ରେନ ଟିକେଟ ବୁକିଂ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନୂଆ ବ୍ୟବସ୍ଥା ହୋଇଛି। ଏଣିକି ଯାତ୍ରାର ଦୁଇ ମାସ ପୂର୍ବରୁ ଟିକେଟ ବୁକିଂ କରାଯାଇପାରିବ। ପୂର୍ବରୁ ଯାତ୍ରାର ୧୨୦ ଦିନ ଅର୍ଥାତ୍ ୪ ମାସ ପୂର୍ବରୁ ଅଗ୍ରଣୀ ଟିକେଟ ବୁକିଂ କରାଯାଇ ପାରୁଥିଲା। ଏବେ ରେଳ ବିଭାଗ ନିୟମରେ କିଛିଟା ସଂଶୋଧନ କରିଛି। ତେବେ ବିଦେଶୀ ଯାତ୍ରୀଙ୍କ ପାଇଁ ନିୟମ ଅପରିବର୍ତ୍ତିତ ରହିଛି। ସେମାନେ ପୂର୍ବ ଭଳି ଯାତ୍ରା କରିବାର ୩୬୫ ଦିନ ଅର୍ଥାତ୍ ବର୍ଷକ ପୂର୍ବରୁ ଟିକେଟ ବୁକିଂ କରିପାରିବେ। ନଭେମ୍ବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ। ଅକ୍ଟୋବର ୩୧ ଯାଏଁ ହୋଇଥିବା ବୁକିଂର ଏହା ଉପରେ କୌଣସି ପ୍ରଭାବ ପଡିବ ନାହିଁ ।
Related Articles
Check Also
Close
-
ସ୍ତ୍ରୀ କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ଗୁରୁତର !October 20, 2024




