ରାଷ୍ଟ୍ରଶୀର୍ଷ ଖବର
Trending

ସରଫରାଜର ଏନକାଉଣ୍ଟର

ବହରାଇଚ୍ ହିଂସା ଅଭିଯୁକ୍ତ ସରଫରାଜର

ବହରାଇଚ୍ ହିଂସାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସରଫରାଜ ଖାଁକୁ ପୁଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ସେ ନେପାଳ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ତାକୁ ପୁଲିସ ଏନକାଉଣ୍ଟର କରିଥିଲା ଓ ସେଥିରେ ସେ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଏହି ଘଟଣାରେ ଅନ୍ୟ ଜଣେ ସନ୍ଦିଗ୍ଧ ତାଲିବର ଗୋଡ଼ରେ ଗୁଳି ବାଜିଛି। କେତେକ ରିପୋର୍ଟ ଅନୁସାରେ ଏହି ଏନକାଉଣ୍ଟରରେ ସରଫରାଜର ମୃତ୍ୟୁ ହୋଇଛି । କିନ୍ତୁ ତା ମୃତ୍ୟୁକୁ ପୁଲିସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରଫରାଜକୁ ଡାକ୍ତରଖାନା ନିଆଯାଇଛି ସେଠାରେ ତାହାର ଅବସ୍ଥା ସଂକଟାପନ୍ନ ରହିଛି ।  ନେପାଳ ସୀମା ନିକଟରେ ଥିବା ହିନ୍ଦା ବୁସେହାରୀ କେନାଲ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏହା ପୂର୍ବରୁ ବହରାଇଚ ଗୁଳିକାଣ୍ଡର ପ୍ରଥମ ଅଭିଯୁକ୍ତ ରାଜା ଓରଫ ଜହିର ଖାଁକୁ ଗତକାଲି ଗିରଫ କରାଯାଇଥିଲା। ଏବେ ବହରାଇଚରେ ଇଣ୍ଟରନେଟ୍ ସେବା ଚାଲୁ କରାଯାଇଛି। ହିଂସାକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଭିଡିଓରେ ଗୋପାଳ ମିଶ୍ରକୁ ଗୁଳି ମରାଯାଉଥିବା ଦେଖିବାକୁ ମିଳିଛି। ପ୍ରଥମ ଦୁଇଟି ଗୁଳି ବାଜିନଥିବାବେଳେ ତୃତୀୟ ଶଟ୍ ରାମଗୋପାଳଙ୍କୁ ସିଧାସଳଖ ଲାଗିଥିଲା। ସୂଚନାଯୋଗ୍ୟ ଯେ ଦୁର୍ଗାମେଢ ଭସାଣୀ ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ପରେ ପଥରମାଡ଼ ଓ ହିଂସାକାଣ୍ଡ ହୋଇଥିଲା । ଏହି ହିଂସାବେଳେ ରାମଗୋପାଳକୁ ଗୁଳିକରି ହତ୍ୟା କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!