
ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ଦ୍ୱାରା ପ୍ରେରିତ ସୀମାପାର କାର୍ଯ୍ୟକଳାପ ଜାରି ରହିଲେ ଦେଶ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ସମ୍ଭବ ନୁହେଁ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍ ଜୟଶଙ୍କର କହିଛନ୍ତି। ଆଜି ସାଂଘାଇ ସହଯୋଗ ସଂଗଠନର ୨୩ତମ ଶିଖର ସମ୍ମିଳନୀରେ ପାକିସ୍ତାନର ନାମ ନ ନେଇ ପରୋକ୍ଷରେ ଜୟଶଙ୍କର କହିଛନ୍ତି ଯେ, ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ଓ ସହଯୋଗ ଏକ ସାଙ୍ଗେ ଚାଲିପାରିବ ନାହିଁ। ଏଭଳି ପରିସ୍ଥିତିରେ ବାଣିଜ୍ୟ, ଶକ୍ତି ଏବଂ ଯୋଗାଯୋଗ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବାର ସମ୍ଭାବନା ନାହିଁ । ଭାରତ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ ଶାନ୍ତି ଓ ସ୍ଥିରତା ବେଶ ଗୁରୁତ୍ବପୂର୍ଣ୍ଣ । ବିକାଶ ପ୍ରଗତି ପାଇଁ ଉଭୟ ବେଶ ଆବଶ୍ୟକ । ଦେଶ ଏକାଠି କାମ କରିବା ଭଲ। ଏହି ଅବସରରେ ଜୟଶଙ୍କର ଡିପିଆଇ, ମହିଳାଙ୍କ ନେତୃତ୍ୱାଧୀନ ବିକାଶ, ଆଇଏସଏ, ସିଡିଆରଆଇ, ମିଶନ ଲାଇଫ, ଜିବିଏ, ଯୋଗ, ମିଲେଟ୍ସ, ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ ଇତ୍ୟାଦି ଭଳି ଭାରତର ପଦକ୍ଷେପ ଏବଂ ପ୍ରୟାସ ଏସସିଓ ପାଇଁ ଦୃଢ଼ ପ୍ରାସଙ୍ଗିକତା ରଖିଛି ବୋଲି କହିଛନ୍ତି।
ଏସସିଓ ସମ୍ମିଳନୀରେ କେବଳ ପାକିସ୍ତାନ ନୁହେଁ ଚୀନକୁ ମଧ୍ୟ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ । ଚୀନ ପାକିସ୍ତାନ ଇକୋନୋମିକ କରିଡରର ଉଲ୍ଲଂଘନ ହେବା ଏକ ଚିନ୍ତାଜକ ଘଟାଣା କହିଛି ବେଂଜିଂକୁ ପରୋକ୍ଷରେ ଟାର୍ଗେଟ କରିଛି ଭାରତ ।
୯ବର୍ଷ ପରେ ପାକିସ୍ତାନରେ ପହଁଚିଛନ୍ତି ଭାରତର କୌଣସି ବୈଦେଶିକ ମନ୍ତ୍ରୀ । ଦିବଙ୍ଗତ ନେତ୍ରୀ ସୁଷମା ସ୍ବରାଜଙ୍କ ପରେ ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତ ଉପରେ ସାରା ବିଶ୍ବର ନଜର ଅଟକିଥିଲା । ତେବେ ଅନୁମାନ କରାଯାଉଥିଲା ପାକିସ୍ତାନ ମାଟିରେ ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଭାରତ କଡ଼ା ବାର୍ତ୍ତା ଦେବ। ଆଉ ଠିକ ସେମିତି କିଛି ଦେଖିବାକୁ ମିଳିଛି ଏସସିଓ ସମ୍ମିଳନୀରେ…

