ରାଷ୍ଟ୍ର

୨ ମହିଳାଙ୍କ ହାତଗୋଡ଼ ବାନ୍ଧି ମୁହଁରେ ସେଲୋ ଟେପ୍‌ ଲଗାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ, ଚୋରି ବ୍ୟାଗ୍‌ ଖସି ପଡ଼ିବାରୁ…

ବାସୁଦେବପୁର,୧୩ା୮(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଢୁଆଁ ବଜାର ନିକଟରେ ଅବସ୍ଥିତ ପଳନ୍ଦ୍ର ମିଶ୍ରଙ୍କ ଘରେ ମଙ୍ଗଳବାର ରାତିରେ ସଶସ୍ତ୍ର ଡକାୟତି ହୋଇଛି, ଘରେ କେହି ପୁରୁଷ ଲୋକ ନ ଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ସତ୍ୟଭାମା ଓ ସମ୍ପର୍କୀୟ ବୈଦେହୀ ଘରେ ଥିଲେ, ଡକାୟତମାନେ ଘରେ ପଶି ଦୁଇ ମହିଳାଙ୍କ ହାତଗୋଡ଼ ବାନ୍ଧି ଦେବା ସହ ମୁହଁରେ ସେଲୋ ଟେପ୍‌ ମାରି ଦେଇଥିଲେ, ଘରେ ଥିବା ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନା ଗହଣା ଓ ନଗଦ ୩୬ ହଜାର ଟଙ୍କା ଲୁଟି ନେଇ ପଳାଇ ଥିଲେ, ତ୍ରିନାଥ ବଜାର ନିକଟରେ ଡକାୟତ ଯିବା ସମୟରେ ଚୋରି କରିଥିବା ବ୍ୟାଗ ଖସାଇ ଦେଇଥିଲେ, ସେଥିରୁ ଦୁଇ ହଳ କାନଫୁଲ, ଘଣ୍ଟା, ରୁପା ମୁକୁଟ, ଦୁଇଟି କାତି, ସ୍କ୍ରୁ ଡ୍ରାଇବର, ହାତୁଡ଼ି ମିଳିଛି, ଘଟଣାସ୍ଥଳରେ ବାସୁଦେବପୁର ଥାନାଧିକାରୀ ଲୋପାମୁଦ୍ରା ନାୟକ ଓ ଅନନ୍ତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!