ଖେଳ

କେନାଲରେ ଗାଧୋଇବାବେଳେ ବୁଡ଼ିଗଲେ ଛାତ୍ରୀ

ସାଲେପୁର/ନିଶ୍ଚିନ୍ତକୋଇଲି,୧୩ା୮(ଅରବିନ୍ଦ ଭୂୟାଁ/ଅଶୋକ ମହାପାତ୍ର): କେନାଲରେ ଗାଧୋଉ ଥିବାବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ସାଲେପୁର ବ୍ଲକ ପଟ୍ଟାମୁଣ୍ଡାଇ କେନାଲ ନରଦା ଗ୍ରାମ ନିକଟରେ। କେନାଲ ପାଣିରେ ନିଖୋଜ ନବମ ଶ୍ରେଣୀ ଛାତ୍ରୀ ଜଣକ ହେଲେ ପ୍ରହଲ୍ଲାଦ ସ୍ବାଇଁଙ୍କ କନ୍ୟା ସୁଚିତ୍ରା। ଗାଧୋଉଥିବା ବେଳେ ସୁଚିତ୍ରାଙ୍କ ଗୋଡ଼ ଖସି ଯାଇଥିଲା। କେନାଲରେ ପାଣି ପୂର୍ଣ୍ଣଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ। ସ୍ତାନୀୟ ଅଞ୍ଚଳର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ ଓ ପୋଲିସ ଖୋଜାଖୋଜି ଜାରି ରଖିଥିବା ବେଳେ ସୁଚିତ୍ରାଙ୍କ ପତ୍ତା ମିଳିପାରି ନାହିଁ। ଖୋଜାଖୋଜି ଜାରି ଜାରି ରହିଥିବା ନେଇ ସୂଚନାମିଳିଛି।

Leave a Reply

Your email address will not be published. Required fields are marked *

Back to top button
error: Content is protected !!