ଖେଳ

ଲାଞ୍ଚ ନେଇ ଧରାପଡ଼ିଲେ ପୁରୁଷ ସ୍ବାସ୍ଥ୍ୟକର୍ମୀ, ଜନ୍ମ ପ୍ରମାଣପତ୍ର ଦେବାକୁ ଦାବି କରୁଥିଲେ ଏତିକି ଟଙ୍କା…

ମୁନିଗୁଡ଼ା,୧୩ା୮(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ଦ୍ବାରା ଗିରଫ ହୋଇଛନ୍ତି। କନ୍ଧମାଳ ଜିଲା ଦୁର୍ଗାପଙ୍ଗାର ଜଣଙ୍କଠାରୁ ଜନ୍ମ ପ୍ରମାଣପତ୍ର ସଂଶୋଧନ ପାଇଁ ୩୦୦୦ଟଙ୍କା ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। କୁଞ୍ଜବିହାରୀ ରାଉତ ଉକ୍ତ ବ୍ୟକ୍ତିଙ୍କଠାରୁ ୬ହଜାର ଟଙ୍କା ଦାବି କରି ପ୍ରଥମ ପର୍ଯ୍ୟୟରେ ୩ହଜାର ନେଇ ସାରିଥିବା ବେଳେ ବାକି ୩ ହଜାର ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଟଙ୍କା ସହ କୁଞ୍ଜବିହାରୀ ରାଉତଙ୍କୁ ଜୟପୁର ଭିଜିଲାନ୍ସ ଟିମ ଗିରଫ କରିଛି। ଏଥିସହ ରାଉତଙ୍କ ବିଷମକଟକସ୍ଥିତ ଦୁକୁମ ରାସ୍ତାରେ ଥିବା ନିଜ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button
error: Content is protected !!