ଇସ୍ରାଏଲ ଲଗାତାର ଲେବାନନ ଉପରେ ଆକ୍ରମଣ ଜାରି ରଖିଛି। ଏହାରି ମଧ୍ୟରେ ଲେବାନନର ଅଧିକାରୀମାନେ ଶନିବାର କହିଛନ୍ତି ଯେ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅନେକ ଶିଶୁ ସମେତ ୪୦ଜଣଙ୍କର ମୃତ୍ୟୁ ଘଟିଛି। ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଟାୟର ସହରରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଇସ୍ରାଏଲ ସେନା ସହରର ଅନେକ ସ୍ଥାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା, ହେଲେ ଶୁକ୍ରବାର ଦିନର ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ପ୍ରବକ୍ତା ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅନେକ ନିର୍ଦ୍ଦେଶ ଜାରି କରାଯାଇନଥିଲା। ମନ୍ତ୍ରାଳୟ କହିଛି ଯେ, ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ସେହିପରି ଇସ୍ରାଏଲ ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅଧିକ୍ ପଢ଼ନ୍ତୁ https://youtube.com/shorts/k-QO2wjHSh8?si=31eApcf35owYLYsl
ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଶନିବାର ଦିନ ସହରରେ ହୋଇତିବା ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ହୋଇଥିବା ଏହି ଅକ୍ରମଣରେ ବାଲବେ ପାଖାପାଖି ଅଞ୍ଚଳରେ ୨୦ ଜଣ ଲୋକେ ମୃତ୍ୟୁ ବରଣ କରିଛନ୍ତି। ଇସ୍ରାଏଲର ଲଗାତାର ଆକ୍ରମଣରେ ୩ହଜାର ୧୩୬ ଜଣ ଲୋକେ ମରିଲେଣି ଏବଂ ୧୩ ହଜାର ୯୭୯ ଜଣ ଲୋକେ ଆହତ ହୋଇସାରିଛନ୍ତି। ଏଥିରେ ୬୧୯ ଜଣ ମହିଳା ଏବଂ ୧୯୪ ଜଣ ଶିଶୁ ସାମିଲ ଅଛନ୍ତି।