ଶୀର୍ଷ ଖବର
Trending

ଆସିଲା ପବନ ଉଡେଇନେଲା ମୋ ପରିବାରକୁ ଭାଙ୍ଗିଦେଲା ସବୁ ସ୍ବପ୍ନ !୨୫ ବର୍ଷ ର ଝଡ

ଆସିଲା ପବନ ଉଡେଇନେଲା ମୋ ପରିବାରକୁ ଭାଙ୍ଗିଦେଲା ସବୁ ସ୍ବପ୍ନ .ମନେପଡିଲେ ସେ କାଳରାତିର ଚିତ୍କାର …. !ସେ ଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ତାରିଖ। ପ୍ରକୃତି ତାଣ୍ଡବ ଆଗରେ ସବୁ କିଛି ହାର ମାନିଲା। ୨୫ବର୍ଷର ଏହି କ୍ଷତ ଚି଼ହ୍ନକୁ ଆଜି ବି ଭୁଲି ପାରୁନାହାନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବାସୀ। ଲୋକଙ୍କ ହୃଦୟରେ ଆଜି ବି ମନେ ପଡିଲେ ଆଖିରୁ ବହି ଆସୁଛି ଧାର ଧାର ଲୁହ। ଏହାରି ଭିତରେ କ୍ଷତିଗ୍ରସ୍ତ ଅସ୍ତରଙ୍ଗ ଚିତ୍ର ଅନେକ ବଦଳି ଯାଇଛି। ହେଲେ ସେହି ପ୍ରଳୟଙ୍କାରୀ ମହାବାତ୍ୟା ବିଭୀଷିକା କଥା ମନେ ପଡିଲେ ଆଜି ବି ଆତ୍ମୀୟଙ୍କୁ ହରାଇଥିବା ଲୋକଙ୍କ ମନରେ ଲୁହ ଆସିଯାଏ।

ଆତ୍ମୀୟକୁ ହରାଇଥିବା ଲୋମ ହର୍ଷଣକାରି ଦୃଶ୍ୟକୁ ଆଜି ବି ଭୁଲିନାହାନ୍ତି ଲୋକେ। ୧୯୯୯ ମସିହା ଅକ୍ଟୋବର ୨୯ତାରିଖ । ସେ ଦିନ ଉପକୂଳ ଓଡିଶାକୁ ଗ୍ରାସ କରିଥିଲା ମହାବାତ୍ୟା,ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅସ୍ତରଙ୍ଗ ଅଞ୍ଚଳ ସହ ଅନେକ ପରିବାର। ୧୯୯୯ ମସିହା ଅକ୍ଟୋବର ୨୫ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ତାହା ଘନୀଭୂତ ହୋଇ ସ୍ଥଳଭାଗ ଛୁଇଁବାକୁ ଲାଗିଲା। ୨୮ତାରିଖ ସନ୍ଧ୍ୟାରେ ଅଣଚାଷ ପବନ ବହିବା ଆରମ୍ଭ ହୋଇଥିଲା। ତା ପରଦିନ ଅର୍ଥାତ ୨୯ତାରିଖ ପ୍ରଳୟଙ୍କାରୀ ରୂପ ଧାରଣ କରି ଉପକୂଳ ଓଡିଶାରେ ପହଞ୍ଚିଥିଲା ମହାବାତ୍ୟା। ସକାଳ ୧୦ଘ ୩୦ମିନିଟ ସମୟରେ ଓଡିଶାର ଉପକୂଳ ଜଗତସିଂହପୁର ଜିଲ୍ଲା ଏରସମା ନିକଟରେ ହିଟ୍‌ କରିବା ସମୟରେ ଅସ୍ତରଙ୍ଗ ଅଞ୍ଚଳରେ ପ୍ରଭାଵ ପ୍ରଚୁର ମାତ୍ରାରେ ପଡିଥିଲା। ମହାବାତ୍ୟା ୨୫ବର୍ଷ ପରେ ଅସ୍ତରଙ୍ଗ ଉପକୂଳର ଚିତ୍ର ଅନେକ ପରିବର୍ତ୍ତନ ହୋଇଛି। ପ୍ରଶାସନ ପକ୍ଷରୁ ଉପକୂଳବାସୀଙ୍କ ସୁରକ୍ଷା ପାଇଁ ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ଲୁଣା ବନ୍ଦ ନିର୍ମାଣ ସହ ହେନ୍ତାଳ ବଣ ସୃଷ୍ଟି କରାଯାଇଛି। ହେଲେ ସମୁଦ୍ର କୁଳିଆ ଲୋକଙ୍କ ପାଇଁ ପକ୍କାଘର ସାତ ସପନ ପାଲଟିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!