ଶୀର୍ଷ ଖବର
Trending

କାଳୀପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌!

କାଳୀପୂଜା ଏବଂ ଦିପାବଳୀ  ଉପଲକ୍ଷେ ଆଗାମୀ ଗୁରୁବାର ଶିଆଲଦା ଶାଖାରେ  ବିଶେଷ ଟ୍ରେନ ଚଳାଇବ କରିବ। ଜାଣିବାକୁ ମିଳିଛି  ଯେ ପୂର୍ବ ରେଳବାଇର ଶିଆଲଦା ଶାଖା କାଳୀପୂଜା ଏବଂ  ଦିପାବଳୀ ସମୟରେ ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା  c ୩୧ ଅକ୍ଟୋବର ଏବଂ ୧ ନଭେମ୍ବର (ଗୁରୁବାର  ଏବଂ ଶୁକ୍ରବାର) ରେ ଅତିରିକ୍ତ ୮ ଇଏମ୍ୟୁ ସ୍ୱତନ୍ତ୍ର ଟ୍ରେନ୍‌  ଚଳାଇବାକୁ ଯୋଜନା କରିଛି । ଯାତ୍ରୀମାନଙ୍କ ସୁବିଧା ପାଇଁ  ଏହି ସ୍ୱତନ୍ତ୍ର ଟ୍ରେନ୍‌ ମାର୍ଗର ପ୍ରତ୍ୟେକ ଷ୍ଟେସନରେ ଅଟକି  ରହିବ । ଯେପରି ଶିଆଲଦା – ଦାନକୁନି – ଶିଆଲଦା  ଇଏମ୍ୟୁ ସ୍ପେଶାଲ ।

ଆଗାମୀ ଗୁରୁବାର  ରାତି ୧୧ଟା ୩୦ ମିନିଟରେ ଶିଆଲଦା ଛାଡି ଶୁକ୍ରବାର ୧୨ଟା ୧୫ ମିନିଟରେ ଦାନକୁନିରେ ପହଞ୍ଚିବ । ପୁଣି  ଏହା ରାତି ୧୨ ଟା ୨୫ ମିନିଟରେ ଦାନକୁନି ଛାଡି  ରାତି ୧ ଟା ୫ ମିନିଟରେ ଶିଆଲଦାରେ ପହଞ୍ଚିବ ।  ଏହା ବ୍ୟତୀତ ଶିଆଲଦା-ବାରାସାତ-ଶିଆଲଦା ଇଏମ୍ୟୁ  ସ୍ପେଶାଲର ଏକ ଯାଡି ଚାଲିବ । ଯାହାକି ରାତି ୧୨ ଟା  ୧୦ ମିନିଟରେ ଶିଆଲଦା ଛାଡି ଶୁକ୍ରବାର ୧୨ଟା ୫୫ ମିନିଟରେ ବାରାସାତରେ ପହଞ୍ଚିବ । ଏବଂ ବାରସାତରେ  ରାତି ୧ ଟା ୧୦ ମିନିଟରେ ଛାଡି ୧ ଟା ୫୫ ମିନିଟରେ  ଶିଆଲଦା ଠାରେ ପହଞ୍ଚିବ ।ଏହା ବ୍ୟତୀତ ଶିଆଲଦା-ରାଣାଘାଟ-ଶିଆଲଦା ଇଏମ୍ୟୁର ଏକ ଯୋଡି ଚାଲିବ ।  ଏହା ରାତି ୧୨ ଟା ୪୦ ମିନିଟରେ ଶିଆଲଦା ଛାଡି  ଶୁକ୍ରବାର ୨ ଟା ୩୦ ମିନିଟରେ ରାଣାଘାଟରେ ପହଞ୍ଚିବ ।

ଅନ୍ୟ ଟ୍ରେନ୍‌ ଗୁରୁବାର ରାତି ୧୧ ଟା ୪୫ ମିନିଟରେ  ରାଣାଘାଟ ଛାଡି ରାତି ୧ ଟା ୪୦ ମିନିଟରେ ଶିଆଲଦା  ଠାରେ ପହଞ୍ଚିବ । ଶିଆଲଦା -ବାରୁଇପୁର-ଶିଆଲଦା  ଇଏମୟୁ ସ୍ପେଶାଲର ଏକ ଯୋଡି ଚାଲିବ । ଯାହାକି  ରାତି ସାଢେ ବାରଟାରେ ଶିଆଲଦା ଛାଡି ଶୁକ୍ରବାର ୧  ଟା ୧୫ ମିନିଟରେ ବାରୁଇପୁରରେ ପହଞ୍ଚିବ । ପୁଣି ଏହା  ବାରୁଇପୁରରୁ ୧ ଟା ୨୫ ମିନିଟରେ ଛାଡି ଶିଆଲଦାରେ  ରାତି ୨ ଟା ୧୦ ମିନିଟରେ ପହଞ୍ଚିବ । ଏହା ବ୍ୟତୀତ  ଶିଆଲଦା ଶାଖାରେ ପରିସେବା ସପ୍ତାହର ଅନ୍ୟ ଦିନ  ପରି ଗୁରୁବାର ମଧ୍ୟ ଜାରି ରହିବ । ସମସ୍ତ ଷ୍ଟେସନରେ  ଟ୍ରେନ୍‌ ଅଟକି ରହିବ, ଏପରିକି ହଲ୍ଟରେ ମଧ୍ୟ ଅଟକି  ରହିବ ଏବଂ ଫ୍ଲାଗ୍‌ ଷ୍ଟେସନରେ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!