ରାଷ୍ଟ୍ରଶୀର୍ଷ ଖବରସଂସ୍କୃତି
Trending

ଏହି ୯ଟି ରାଜ୍ୟରେ ୯ଟି ଭିନ୍ନ ପ୍ରକାରର ନବରାତ୍ରି ଉତ୍ସବ

ମାଙ୍କ ଆରାଧନାରେ ନଅଟି ରାତି - ନବରାତ୍ରି

ଭାରତରେ ମା ଙ୍କ ଆରାଧନାରେ ନଅଟି ରାତି – ନବରାତ୍ରି ଭାବରେ ପ୍ରସିଦ୍ଧ I ତେବେ ଏହି ଦେବୀ ଆରାଧନା ବା ନବରାତ୍ରିରେ ମଧ୍ୟ ରହିଛି ବିଭିନ୍ନତା I କାରଣ ଭାରତରେ ବିଭିନ୍ନତା ହିଁ ଏକତା ନେଇ ସମୃଦ୍ଧ I

ବିଭିନ୍ନ ରାଜ୍ୟରେ ନବରାତ୍ରି ପୂଜା : –
୧. ପଶ୍ଚିମବଙ୍ଗ :- ଦେବୀ ଆରାଧନା ବା ଦୁର୍ଗା ପୂଜା କହିଲେ ଆଗ ମନେ ପଡେ କୋଲକାତା I ଯେଉଁଠି ପୂଜା କହିଲେ ବିରାଟ ବିରାଟ ଆଖି ଝଲସିବା ପରି ପେଣ୍ଡାଲ I ସତେ ଯେପରି ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ନେତୃତ୍ୱରେ ହଜାର ହଜାର କାରିଗରଙ୍କ କାରୁକାର୍ଯ୍ୟରେ ସଜେଇ ହୋଇଛି କୋଲକାତା ସହର I

୨ . ଗୁଜୁରାଟ :- ନବରାତ୍ରି ପୂଜା କହିଲେ ଯେଉଁ ଗୀତ ନାଚର କଥା ଆସେ ତାହା ଗୁଜୁରାଟରୁ I ବିଶ୍ୱ ପ୍ରସିଦ୍ଧ ଗରବା ନାଚ ଦେବୀ ମାତାଙ୍କ ପୂଜାକୁ କରେ ସ୍ୱତନ୍ତ୍ର I ସନ୍ଧ୍ୟା ହେବ କ୍ଷଣି ଦାଣ୍ଡିଆ ଧରି ସୁନ୍ଦର ରଂଗୀନ ପୋଷାକ ପିନ୍ଧି ଦେବୀ ମାଙ୍କ ପୂଜା ଅର୍ଚ୍ଚନା କରି ଗରବା ନାଚନ୍ତି I


୩. ହିମାଂଚଳପ୍ରଦେଶ :- ନବରାତ୍ରି ଦେବୀ ଆରାଧନା ସମୟରେ କୁଲୁ ଦଶହରା ଅନ୍ୟତମ I ଏହି ସମୟରେ କୁଲୁ ରେ ଅନୁଷ୍ଠିତ ହୁଏ ରଘୁନାଥଙ୍କ ଯାତ୍ରା ଏବଂ ରଂଗୀନ ମନରୋମ ସାଂସ୍କୃତିକ କାର୍ଯ୍ୟକ୍ରମ I


୪ . କେରଳ : ସାରା ଦେଶ ଦେବୀ ଦୁର୍ଗାଙ୍କ ଆରାଧନା କରୁଥିବା ସମୟରେ କେରଳ ରେ ଦେବୀ ସରସ୍ବତୀଙ୍କ ଆରାଧନା କରନ୍ତି I ଦଶହରା ରେ ଏଠି ପିଲାମାନେ ବିଦ୍ୟା ଆରମ୍ଭ କରନ୍ତି I


୫ . ରାଜସ୍ଥାନ:- ଏଠି ଲୋକେ ପାରମ୍ପରିକ ରଙ୍ଗୀନ ପୋଷାକ ପିନ୍ଧି ଲୋକ କଳାର ପ୍ରଦର୍ଶନ କରି ଯଥା ଘୁମର , କାଲବେଳିଆ ଉତ୍ସବ ପାଳନ କରନ୍ତି I କେବଳ ଏତିକି ନୁହେଁ, ଏଠାରେ ଉତ୍ସାହଜଣକ ଗାଡି ଚାଳନା , ଦେଶୀ ଖାଇବା ଓ ରଂଗୀନ ହସ୍ତଶିଳ୍ପର ସମାରୋହ I


୬ . ଆନ୍ଧ୍ରପ୍ରଦେଶ : ବଥୂକମ୍ମା ଉତ୍ସବ ହେଉଛି ଦେବୀ ଆରାଧନାର ସ୍ୱତନ୍ତ୍ରତା I ଏଠି ମହିଳାମାନେ ସୁନ୍ଦର ରଂଗୀନ ଫୁଲରେ ଥାଳି ସଜାଡି ଦେବୀଙ୍କ ଉଦ୍ଧେଶ୍ୟରେ ପାଣିରେ ବିସର୍ଜନ ଦିଅନ୍ତି I ନାରୀର ସୃଷ୍ଟିକାରୀଣି ଶକ୍ତିକୁ ଉତ୍ସବ ଭାବରେ ପାଳନ କରନ୍ତି I


୭. ତାମିଲନାଡୁ : କଲୁ ପରମ୍ପରା ଅନୁସାରେ ଏଠି ନବରାତ୍ରି ପାଳିତ ହୁଏ I ପୌରାଣିକ କାହାଣୀ ଆଧାରିତ ମୂର୍ତ୍ତିଗୁଡ଼ିକୁ ବା କଣ୍ଢେଇକୁ ପ୍ରଦର୍ଶନ କରାଯାଏ | ସମ୍ପ୍ରଦାୟ ଏବଂ କଳାତ୍ମକ ଅଭିବ୍ୟକ୍ତିର ଭାବନାକୁ ଉତ୍ସାହିତ କରି ପରିବାର ଏବଂ ବନ୍ଧୁମାନେ ମଧ୍ୟ ଏହି ସୃଜନଶୀଳ ବ୍ୟବସ୍ଥା ଦେଖିବା ପାଇଁ ପରସ୍ପରର ଘରେ ଏକାଠି ହୁଅନ୍ତି |

୮. ବିହାର ଓ ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଏବଂ ବିହାରରେ ନବରାତ୍ରୀ ଉତ୍ସବର ଗ୍ରାଣ୍ଡ ରାମଲୀଳା ପ୍ରଦର୍ଶନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ | ଭଗବାନ ରାମଙ୍କ ପବିତ୍ର କାହାଣୀ ଏବଂଦୁଃସାହସିକ କାର୍ଯ୍ୟକୁ ଏହି ଚମତ୍କାର ନାଟକ ବା ଡ୍ରାମାରେ ପ୍ରଦର୍ଶନ କରାଯାଏ | ଏହି ନାଟକକୁ ଏକାଠି ଦେଖିବା ଦ୍ୱାରା ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକମାନେ ଭକ୍ତି ଏବଂ ନାଟ୍ୟ ଉଜ୍ଜ୍ୱଳତାର ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ଅଭିହୁତ ହୁଅନ୍ତି |


୯. କର୍ଣ୍ଣାଟକ : ଏଠାରେ ଦଶ ଦିନ ବ୍ୟାପି ମହୀଶୂର ଦଶହରା ଉତ୍ସବ ପାଳିତ ହୁଏ | ୧୦୦୦୦୦ ରୁ ଅଧିକ ଚମକପ୍ରଦ ଆଲୋକ ଚମତ୍କାର ମହୀଶୂର ପ୍ୟାଲେସକୁ ଶୋଭା ଦେଇଥାଏ | ହାତୀ ବିସ୍ତୃତ ସାଜସଜ୍ଜାରେ ସଜ୍ଜିତ, ଲୋକ ନୃତ୍ୟଶିଳ୍ପୀ, ସଂସ୍କୃତି ଏବଂ ପରମ୍ପରାର ଏକ ବିଶାଳ ପ୍ରଦର୍ଶନ ସମସ୍ତେ ଏକତ୍ରିତ ହୋଇ ଏହି ମହାନ ଶୋଭାଯାତ୍ରାରେ କର୍ଣ୍ଣାଟକର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରିଥାନ୍ତି I

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!