6,ଘଣ୍ଟା ର ଓପନ ହାର୍ଟ ବିରଳ ଅପେରସନ କରି ଡ଼କ୍ଟର ନିମାଇଁ ଚରଣ ବେହେରା ଚର୍ଚା ରେ.
KIMS SUPERSPECIALITY ହସ୍ପିଟାଲରେ ଏକ ଜଟିଳ ଏବଂ ବିରଳ ହୃଦରୋଗର ସଫଳଭାବରେ ଅସ୍ତ୍ରୋପଚାର ସମ୍ପାଦିତ ହେଇଯାଇଅଛି.

ଜଟିଳ ଏବଂ ବିରଳ ହୃଦରୋଗର ସଫଳଭାବରେ ଅସ୍ତ୍ରୋପଚାର କରି ଡାକ୍ତର ନିମାଇଁ ଚରଣ ବେହେରା ଙ୍କ ସଫଳତା ପାଇଁ ନୂଆ ଜୀବନ ପାଇଲେ ଅଜୟ
ସୂଚନା ଅନୁସାରେ ଏକ ୩୨ ବର୍ଷୀୟ ସ୍ଥାନୀୟ ଯୁବକ ଅଜୟ କୁମାର ଜେନା
ଦୀର୍ଘଦିନରୁ ହାର୍ଟ ରୋଗରେ ଆକ୍ରାନ୍ତ ଥିଲେ. ହେଲେ ଆବଶ୍ୟକୀୟ ସୁବିଧା ତଥା ଆର୍ଥିକ ଅଭାବରୁ ଅପେରସନ ହେଇପାରୁନଥିଲେ.
ଗତ ସପ୍ତାହରେ ତାଙ୍କ ରୋଗ ହଠାତ ବହୁ ମାତ୍ରାରେ ବଢିଯାଇଥିଲା. ରୋଗ କାରଣରୁ ରେ ଠିକରେ ନିଶ୍ୱାସ ନେଇପାରୁନଥିଲେ ଏବଂ ସହଜରେ ଧଇଁସଇଁ ହେଇଯାଉଥିଲେ. ରୋଗ ଏତେ ମାତ୍ରାରେ ବଢିଯାଇଥିଲା ଯେ ସେ କିଛି ଦିନ ହେଲା ଶୋଇ ମଧ୍ୟ ପାରୁନଥିଲେ. ଛାତିରେ ଯନ୍ତ୍ରଣା ସହୁତ ହୃଦୟ କମ୍ପନ କାରଣରୁ ତାଙ୍କ ଅବସ୍ଥା ଗୁରୁତର ହେଇପଡ଼ିଥିଲା.
ସେଥିପାଇଁ ସେ ବହୁ ସରକାରୀ ତଥା ପ୍ରାଇଭେଟ ମେଡିକାଲରେ ଦେଖେଇବା ପରେ ନିରାଶ ହେଇଥିଲେ. ସମସ୍ତେ ତାଙ୍କୁ ଜଟିଳ ଓ ଗମ୍ଭୀର ତଥା ବହୁ ବେଶୀ ରିସ୍କ ଅଛି କହି ଫେରେଇଦେଇଥିଲେ.
ହେଲେ ସେ KIMS Superspeciality ହିସ୍ପିଟାଲରେ ଆସି ଡାକ୍ତର ନିମାଇଁ ଚରଣ ବେହେରାଙ୍କୁ ପରାମର୍ଶ କରିଥିଲେ . ଡ଼କ୍ଟର ସବୁ ପରୀକ୍ଷା କଲା ପରେ ଜଣା ପଡିଲାଯେ ତାଙ୍କ ହାର୍ଟବରେ ଚାରୋଟି ପ୍ରୋବ୍ଲେମ ଅଛି.
ସେ ଜଣେ Marfan Syndrome ରୋଗୀ ଯାହାଙ୍କର ହାର୍ଟର ତିନୋଟି valve ସମ୍ପୂର୍ଣ ଭାବରେ ଲିକ କରିବା ସହିତ Aortic root Aneurysm ବା ହାର୍ଟର ମହା ଧମନୀ ଫୁଲି ଯାଇଥିଲା.
ଏହାର ଅପେରସନ ଅତି ଜଟିଳ. ତାଛଡା ରୋଗୀ ପାଇଁ ୪ଟା ଅପେରସନ ଦରକାର ଥିଲା.
ହେଲେ ବହୁତ ସଂଗଠିତ ଯୋଜନା ଏବଂ ସତର୍କତାର ସହିତ ଡାକ୍ତର ନିମାଇଁ ଚରଣ ବେହେରା ଓ ତାଙ୍କ ଟିମ ଦୀର୍ଘ ୬ ଘଣ୍ଟାର ଓପେନ ହାର୍ଟ ଅପେରସନ କଲେ. ଡ଼କ୍ଟର ଅଞ୍ଜନ କୁମାର ଦାଶ ଏଥିରେ ନିଶଚେତ ଦେବା ସହିତ ICU ଦେଖୁ ଥିଲେ . Bentall Operation ସହିତ mitral valve replacement, tricuspid valve repair ଓ ASD closure କରାଗଲା.
ଅପେରସନ ସଫଳ ହେଲା.ରୋଗୀ ସର୍ଜରୀର ଦିନେ ପରେ ଭେଣ୍ଟିଲେଟରରୁ ବାହାରିଲେ ଏବଂ ଅପେରସନର ୬ ଦିନ ପରେ ସମ୍ପୂର୍ଣ ସୁସ୍ଥ ହେଇ ଘରକୁ ଡିସ୍ଚାର୍ଜ ହେଲେ.
ଅପେରସନ ପରେ ରୋଗୀଙ୍କ ଅବସ୍ଥା ସାମାନ୍ୟ ରହିଛି. ହାର୍ଟ ଓ valve and aorta ସବୁ ଭଲ ଅଛି ଓ ସେ ଚଲାବୁଲା କରୁଛନ୍ତି. 
ଏଇ ଅପେରସନ ଆୟୁଷ୍ମାନ କାର୍ଡ ମଧ୍ୟରେ ହେଇଥିଲା. ହେଲେ 4 ଟା ଅପେରସନ ପାଇଁ କାର୍ଡରେ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ KIMS କର୍ତୃପକ୍ଷ ବଳକା ରାଶି ସମ୍ପୂର୍ଣ ଭାବେ ଛାଡ କରିଦେଇଥିଲେ. ଏହି ଅପେରସନ ପରେ ଚିକିତ୍ସା କ୍ଷେତ୍ର ଗୋଟେ ବଡ ପରିବର୍ତନ ଦେଖାଦେଇଛି. ରୋଗୀ ଭଲ ହେଇଥିବାରୁ ପରିବାର ଏବଂ ବୁଦ୍ଧିଜୀବୀ ମହଲରେ ଖୁସି ଖବର ଯାଇଛି.

