ରାଜ୍ୟ
Trending

ଜିଲ୍ଲାପାଳ କାର୍ଯ୍ୟଳୟ ର ନୂଆ ରୂପ ରେଖ

ରାଜ୍ୟରେ ନିର୍ମାଣ ହେବ ନୂତନ ମଡେଲ ଜିଲ୍ଲାପାଳ କାର୍ଯ୍ୟାଳୟ। ଜିଲ୍ଲାପାଳ କାର୍ଯ୍ୟାଳୟରେ ଯୋଡି ହେବ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ । ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲାଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ବୃହତ, ମଧ୍ୟମ ଓ କ୍ଷୁଦ୍ର ଏପରି ୩ଟି ବର୍ଗରେ ଏହାକୁ ବିଭକ୍ତ କରାଯାଇଛି। ବୃହତ ବର୍ଗରେ ସମ୍ବଲପୁର, ପୁରୀ, କେନ୍ଦୁଝର, କଟକ ଓ ମୟୂରଭଞ୍ଜ ଜିଲ୍ଲା ରହିଥିବା ବେଳେ ମଧ୍ୟମ ବର୍ଗରେ କନ୍ଧମାଳ, ରାୟଗଡା, ବାଲେଶ୍ଵର, ଯାଜପୁର, ବଲାଙ୍ଗୀର, ଖୋର୍ଧା, କାଳାହାଣ୍ଡି, ଭଦ୍ରକ, ବରଗଡ, କେନ୍ଦ୍ରାପଡା, କୋରାପୁଟ, ଅନୁଗୁଳ ନବରଙ୍ଗପୁର, ଢ଼େଙ୍କାନାଳ ଓ ଜଗତ ସିଂହପୁର ଜିଲ୍ଲା ରହିଛି । ସେହିପରି କ୍ଷୁଦ୍ର ବର୍ଗରେ ନୟାଗଡ଼, ମାଲକାନଗିରି, ନୁଆପଡା, ସୁବର୍ଣ୍ଣପୁର, ଝାରସୁଗୁଡା, ଗଜପତି, ବୌଦ୍ଧ, ଦେଓଗଡ଼ ଜିଲ୍ଲା ରହିଛି ସରକାର ଙ୍କ ନୂଆ ଯୋଜନା

ଜିଲ୍ଲାପାଳ ଅଫିସର ମୋଟ କ୍ଷେତ୍ରଫଳ ଉପରେ ଆଧାର କରି ତିନି ପ୍ରକାରର କୋଠା ରହିବ । ବଡ଼ ଜିଲ୍ଲା ପାଇଁ ୧ଲକ୍ଷ ୭୦ହଜାର ବର୍ଗଫୁଟରେ ଜିଲ୍ଲାପାଳ କାର୍ଯ୍ୟାଳୟ ହେବ। ମଧ୍ୟମ ଜିଲ୍ଲା ପାଇଁ ୧ଲକ୍ଷ ୪୦ହଜାର ବର୍ଗଫୁଟ ଓ ଛୋଟ ଜିଲ୍ଲା ପାଇଁ ୧ଲକ୍ଷ ବର୍ଗଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ। ସେହିପରି ଭୁବନେଶ୍ୱରରେ ନୂତନ ସ୍ୱତନ୍ତ୍ର ସର୍କିଟ୍ ହାଉସ୍, ଭୁବନେଶ୍ୱରରେ ରାଜସ୍ୱ ଭବନ ଏବଂ କଟକରେ ନୂତନ ରାଜସ୍ୱ ବୋର୍ଡ ଏବଂ ଆରଡିସି କୋଠା ନିର୍ମାଣ ହେବ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!