ଭୁବନେଶ୍ୱର : ମଙ୍ଗଳବାର ସକାଳ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯିବେ । ଦିଲ୍ଲୀରେ ହୋଟେଲ ଅଶୋକାରେ ୧୨ଟା ୪୫ରେ ପହଞ୍ଚିବେ । ପରେ ସନ୍ଧ୍ୟା ୫ଟାରେ ଜବାହରଲାଲ ନେହରୁ ଭବନର ସିବି ମୁଥାମା ହଲରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସର ନୂଆ ୱେବସାଇଟ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିବେ । ୱେବସାଇଟ୍ ଲୋକାର୍ପଣ କାର୍ଯ୍ୟକ୍ରମ ସରିବା ପରେ ହୋଟେଲ୍ ଅଶୋକାରେ ରାତ୍ରି ଯାପନ କରିବେ । ୧୩ ତାରିଖ ସକାଳ ୯ଟା୪୫ରେ ହୋଟେଲ୍ ଅଶୋକାରୁ ବାହାରି ପୁଣି ଭୂବନେଶ୍ୱଣ ଅଭିମୁଖେ ଆସିବେ ବୋଲି ସୂଚନା ମିଳିଛି ।
Related Articles
ମାଛକୁଣ୍ଡ ଜଳ ବିଦୁତ୍ୟ ପ୍ରକଳ୍ପ ରେ ନିଆଁ
May 25, 2026
ଭାରତ ଏବଂ ଚୀନ୍ ସୀମା ରୁ ଆସୁଛି ଶାନ୍ତିର ସନ୍ଦେଶ !
October 26, 2024
Check Also
Close
-
ଭାରତ ଏବଂ ଚୀନ୍ ସୀମା ରୁ ଆସୁଛି ଶାନ୍ତିର ସନ୍ଦେଶ !October 26, 2024

