ଗ୍ୟାଙ୍ଗଷ୍ଟର ସକିଲକୁ ଘାରିଲା ଏନକାଉଣ୍ଟର ଭୟ । କଟକ ଅଞ୍ଚଳରେ ଏକଦା ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ସକିଲକୁ ଏବେ ଏନକାଉଣ୍ଟର ଭୟ ଘାରିଛି । ଫେସବୁକ ପେଜରେ ଭିଡିଓ ଅପଲୋଡ କରି ସେ ଏବେ ନ୍ୟାୟ ମାଗିଛି । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ ସକିଲ କହିଛି, ସେ ଏବେ କୌଣସି ଅପରାଧରେ ସମ୍ପୃକ୍ତ ନାହାନ୍ତି । ତାଙ୍କୁ ନ୍ୟାୟ ଦିଆଯାଉ । ଦୋଷୀଙ୍କୁ ଦଣ୍ଡ ମିଳୁ, ନିର୍ଦ୍ଦୋଷଙ୍କୁ ଦଣ୍ଡନମିଳୁ । ସେ ଏବେ ନିର୍ଦ୍ଦୋଷ । ପିଲା ଛୁଆଙ୍କୁ ନେଇ ସଂସାରରେ ରହିବାକୁ ଚାହୁଁଥିବା ସକିଲ କହୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଓ ନ୍ୟାୟାଳୟକୁ ଗୁହାରି କରି ତାକୁ ଏନକାଉଣ୍ଟର ନକରିବାକୁ ସକିଲ ନେହୁରା ହୋଇଛି ।
Related Articles
କ୍ୟାପିଟାଲ ହସ୍ପିଟାଲ ରେ ଅଭାବନୀୟ ଘଟଣା ମହିଳା ଙ୍କୁ ଦୁଷ୍କର୍ମ ଉଦ୍ୟମ !
October 29, 2024
ଚିନ୍ତାରେ ନବୀନ!
October 23, 2024
ବିଶ୍ୱ ଏଡ଼ସ ଦିବସ ପାଳିତ
December 2, 2025
Check Also
Close
-
କୋରାପୁଟ ରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ର ଶୁଭାରମ୍ଭDecember 15, 2025
