ଗ୍ୟାଙ୍ଗଷ୍ଟର ସକିଲକୁ ଘାରିଲା ଏନକାଉଣ୍ଟର ଭୟ । କଟକ ଅଞ୍ଚଳରେ ଏକଦା ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ସକିଲକୁ ଏବେ ଏନକାଉଣ୍ଟର ଭୟ ଘାରିଛି । ଫେସବୁକ ପେଜରେ ଭିଡିଓ ଅପଲୋଡ କରି ସେ ଏବେ ନ୍ୟାୟ ମାଗିଛି । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ ସକିଲ କହିଛି, ସେ ଏବେ କୌଣସି ଅପରାଧରେ ସମ୍ପୃକ୍ତ ନାହାନ୍ତି । ତାଙ୍କୁ ନ୍ୟାୟ ଦିଆଯାଉ । ଦୋଷୀଙ୍କୁ ଦଣ୍ଡ ମିଳୁ, ନିର୍ଦ୍ଦୋଷଙ୍କୁ ଦଣ୍ଡନମିଳୁ । ସେ ଏବେ ନିର୍ଦ୍ଦୋଷ । ପିଲା ଛୁଆଙ୍କୁ ନେଇ ସଂସାରରେ ରହିବାକୁ ଚାହୁଁଥିବା ସକିଲ କହୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଓ ନ୍ୟାୟାଳୟକୁ ଗୁହାରି କରି ତାକୁ ଏନକାଉଣ୍ଟର ନକରିବାକୁ ସକିଲ ନେହୁରା ହୋଇଛି ।
Related Articles
କୋରାପୁଟ ରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ର ଶୁଭାରମ୍ଭ
December 15, 2025
ଆଜି ବାରବାଟୀ ମ୍ୟାଚ, ପ୍ରସ୍ତୁତ ଖେଳାଳି, ଓ ଦର୍ଶକ
December 9, 2025
Check Also
Close
-
କୋରାପୁଟ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି.December 9, 2025
