ଉତ୍ତରପ୍ରଦେଶର କାନପୁରରୁ ଗତ୪ ମାସ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ମିଳିଛି। ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜିଲ୍ଲପାଳଙ୍କ ଘର ନିକଟରେ ପୋତି ଦିଆଯାଇଥିଲା। ମୃତ ମହିଳା ଜଣକ ବ୍ୟବସାୟୀ ରାହୁଲ ଗୁପ୍ତାଙ୍କ ସ୍ତ୍ରୀ ଏକତା କପୁର ଥିବା ଜଣାପଡ଼ିଛି। ମୃତକ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣେ ଜିମ୍ ପ୍ରଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଜିମ ପ୍ରଶିକ୍ଷକଙ୍କ ନାମ ବିମଲ ସୋନି ବୋଲି ଜଣାପଡ଼ିଛି। ପୁଲିସ ନିକଟରେ ବିମଲ ସୋନିଙ୍କୁ ଗିରଫ କରି ଧରି ପଚରାଉଚରା କରିବା ସମୟରେ ସେ ନିଜ ଦୋଷ ସ୍ବୀକାର କରି ହତ୍ୟାକାଣ୍ଡର ପୁରା କାହାଣୀ ବଖାଣିଥିଲେ।ଡିସିପି ଶ୍ରାବଣ କୁମାର ସିଂ କହିଛନ୍ତି ଯେ ଏହି ହତ୍ୟାଘଟଣା ଜୁନ୍ ୨୪ ତାରିଖ ଘଟିଥିଲା । ମୃତ୍ୟୁ ହୋଇଥିବା ମହିଳା ଜଣକ ବିମଲଙ୍କ ପାଖକୁ ଜିମ କରିବାକୁ ଯାଉଥିଲେ। ତେବେ କିଛିଦିନ ହେବ ମହିଳା ବିମଲଙ୍କ ଉପରେ କ୍ଷପ୍ପା ଥିଲେ। କାରଣ ସେ ବିମଲଙ୍କୁ ଭଲ ପାଉଥିବା ବେଳେ ତାଙ୍କ ବିବାହ ଅନ୍ୟତ୍ର ଠିକ ହୋଇଯାଇଥିଲା। ଏହାକୁ ନେଇ ବିମଲ ଓ ମହିଳାଙ୍କ ମଧ୍ୟରେ ଝଗଡ଼ା ବି ଲାଗିଥିଲା। ଯାହାକୁ ନେଇ ବିମଲ ରାଗି ଯାଇ ମହିଳାଙ୍କୁ ହତ୍ୟା କରି ଜିଲ୍ଲାପାଳଙ୍କ ଘର ପିକଟରେ ପୋତି ଦେଇଥିଲେ। ଜୁନ ୨୪ ତାରିଖରେ ଏକତା ଗ୍ରୀନ ପାର୍କକୁ ବିମଲଙ୍କ ଜିମ ସେଣ୍ଟରକୁ ଜିମ ପାଇଁ ଯାଇଥିଲେ। କିନ୍ତୁ ଏହାପରେ ସେ ଘରକୁ ଫେରି ନଥିବା ନେଇ ଏକତାଙ୍କ ସ୍ବାମୀ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରଥିଲା ଏକତାଙ୍କ ସ୍ବାମୀଙ୍କ ସନ୍ଦେହ କ୍ରମେ ବିମଲଙ୍କୁ ପୁଲିସ ଗିରଫ କରି ପଚରଉଚରା କରିଥିଲା। ବିମଲ ବି ପୁଲିସ ସମ୍ମୁଖରେ ନିଜର ଦୋଷ ସ୍ବୀକାର କରିଥିଲା।
Related Articles
ମଧ୍ୟପ୍ରଦେଶର ଅସ୍ତ୍ରଶସ୍ତ୍ର କାରଖାନାରେ ଭୟଙ୍କର ବିସ୍ଫୋରଣ ! ଉଡିଲା ଛାତ
October 22, 2024
Check Also
Close
-
ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼October 11, 2024


