ଭୀଷଣ ରୂପରେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ‘ଦାନା’। ପ୍ରଭାବ ଆଜିଠାରୁ ଅନୁଭୂତ ହୋଇଛି। ଅପରାହ୍ନଠାରୁ ଉପକୂଳ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ହେବା ସହ ତୁହାକୁ ତୁହା ବର୍ଷା ଲାଗିରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ସିଧାସଳଖ ପ୍ରଭାବ ଅନୁଭୂତ ହେଉଥିବା ବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକର ପାଗରେ ମଧ୍ୟ ପରିବର୍ତ୍ତନ ଆସିଛି। ରିପୋର୍ଟ ଲେଖାଯିବା ବେଳକୁ ବାତ୍ୟା ‘ଦାନା’ ପାରାଦୀପଠାରୁ ୩୩୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୬୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଭୀଷଣ ବାତ୍ୟା ରୂପରେ ୨୪ ତାରିଖ ମଧ୍ୟରାତ୍ରି ଓ ୨୫ ତାରିଖ ଭୋର ସୁଦ୍ଧା ଉପକୂଳ ଛୁଇଁବ। ବର୍ଷା ଓ ପବନର ପ୍ରଭାବ ୧୦ ଜିଲ୍ଲା ଉପରେ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।
Related Articles
ରାଷ୍ଟ୍ରପତି ଭବନରେ କୋଣାର୍କ ଚକ୍ର I
October 30, 2024
ବିନା ଅନୁମତିରେ ବ୍ୟବହାର କରିପାରିବେନି ୟୁଜିସିର ଲୋଗୋ !
October 26, 2024
Check Also
Close
-
କଟକରେ ଚାଲିଛି ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରାOctober 14, 2024


