ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ତଥା ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ‘ଦାନା’ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ମୁହାଁ ହୋଇଛି। ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ‘ଦାନା’ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ବାତ୍ୟାର ପ୍ରକୋପକୁ ନେଇ ଧାମରାବାସୀ ମାଆ ଧାମରାଈଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ବାତ୍ୟାର ତାଣ୍ଡବ କମ୍ କରିବାକୁ ଧାମରାସ୍ଥିତ ମାଆ ଧାମରାଈ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି। ‘ଦାନା’ବିପଦରୁ ରକ୍ଷା ପାଇବା ପାଇଁ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ ସହ ଗ୍ରାମବାସୀ ସଂକୀର୍ତ୍ତନ କରୁଛନ୍ତି। ଗ୍ରାମବାସୀ ଆତଙ୍କିତ ଭାବେ ଅଛନ୍ତି .
Check Also
Close
-
ହଜ୍ ତୀର୍ଥଯାତ୍ରା ନାଁରେ ୧.୨ କୋଟି ଠକେଇOctober 1, 2024



