ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଇଡିର ଜେରା। ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତମନ୍ନା ଭାଟିଆଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଜେରା କରାଯାଇଛି। ଗତକାଲି ତମନ୍ନା ବାପା ମାଆଙ୍କ ସହ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ। ପଚରାଉଚରା ନେଇ ତମନ୍ନା କିମ୍ବା ତାଙ୍କ ବାପା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍ରେ ଆଇପିଏଲ୍ ମ୍ୟାଚ୍ ବେଆଇନ ଭାବେ ଟେଲିକାଷ୍ଟ କରାଯାଇଥିଲା।ଏଥିପାଇଁ ଭାୟାକମ୍ ୧ କୋଟି ଟଙ୍କା କ୍ଷତି ସହିଥିଲା। ଏହି ମାମଲାରେ ତାଙ୍କର ସମ୍ପୃକ୍ତି ଥିବାରୁ ତମନ୍ନା ଭାଟିଆଙ୍କୁ ଗୌହାଟୀର ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି। ଆପ୍ ଜରିଆରେ ଲୋକେ ୫୭ ହଜାର ଟଙ୍କା ବିନିଯୋଗ କରିବା ପରେ ପ୍ରତିଦିନ ୪ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହୁମା କୁରେସି, ହିନା ଖାନ୍ଙ୍କ ସମେତ ୧୭ ଜଣ ବଲିଉଡ୍ ତାରକାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି।
Related Articles
ମୁଖ୍ୟ ମନ୍ତ୍ରୀ ଜଣାଇଲେ ଦୀପାବଳି ଶୁଭେଚ୍ଛା I
October 31, 2024
କାଳୀପୂଜା ଭସାଣି ରେ ଗୋଷ୍ଠୀ ସଙ୍ଘର୍ଷ
November 4, 2024
Check Also
Close
-
ଅସୁରକ୍ଷିତ ରାଜଧାନୀ ଯୁବକକୁ ହତ୍ୟା ଉଦ୍ୟମ !November 12, 2024

