ବିଶ୍ୱରାଜନୀତିରାଷ୍ଟ୍ରଶୀର୍ଷ ଖବର
Trending

ଦୀପାବଳିରେ ଫୁଟିବନି ବାଣ !

ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀବାସୀଙ୍କୁ ମନ୍ତ୍ରୀ ଗୋପାଳ ରାୟ ନିବେଦନ କରିଛନ୍ତି।

ଦିଲ୍ଲୀରେ ବଢ଼ୁଛି ପ୍ରଦୂଷଣ . ଆଉ ଶୀତ ଦିନ ଆସିବା ମାତ୍ରେ ଦିଲ୍ଲୀରେ ପ୍ରଦୂଷଣର ଚର୍ଚ୍ଚା ଆରମ୍ଭ ହୋଇଥାଏ। ଏହାକୁ ନେଇ ଦିଲ୍ଲୀ ସରକାର  ଜରୁରୀ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପୁଣିଥରେ ରାଜଧାନୀ ଦିଲ୍ଲୀରେ ବାଣର ବ୍ୟବହର ଉପରେ ଲାଗୁ ହୋଇଛି କଟକଣା। ଦିଲ୍ଲୀରେ ଆଜିଠାରୁ ଅର୍ଥାତ ୧୪ ଅକ୍ଟୋବରରୁ ନେଇ ଆସନ୍ତ ବର୍ଷ ୧ ଜାନୁଆରୀ ପର୍ଯ୍ୟନ୍ତ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି। ଦିଲ୍ଲୀ ସରକାର ଏଥିପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି।

www.traffictvodisha.com

ଦିଲ୍ଲୀ ସରକାରରେ ପରିବେଶ ମନ୍ତ୍ରୀ ଥିବା ଗୋପାଳ ରାୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାରି କରାଯାଇଥିବା ଆଦେଶରେ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୮୧ର ଧାରା ୩୧ (ଏ) ଅନୁଯାୟୀ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଶୀତ ଦିନରେ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ଏହି କଟକଣା ଲାଗୁ କରାଯାଇଛି। ପରିବେଶର ସ୍ୱଚ୍ଛତା ବିଷୟରେ ସଚେତନ ହେବା ଏବଂ ପ୍ରଦୂଷଣକୁ ରୋକିବାରେ ସରକାରଙ୍କ ସହ ସହଯୋଗ କରିବାକୁ ଦିଲ୍ଲୀବାସୀଙ୍କୁ ମନ୍ତ୍ରୀ ଗୋପାଳ ରାୟ ନିବେଦନ କରିଛନ୍ତି।

ନିର୍ଦେଶ ଅନୁସାରେ, ଏହି କଟକଣା ବାଣର ଅନଲାଇନ୍ ବିକ୍ରି ଉପରେ ମଧ୍ୟ ଲାଗୁ ହେବ। ଦିଳ୍ଲୀ ପୋଲିସ ନିର୍ଦେଶ ଲାଗୁ କରିବା ସହ ପ୍ରତିଦିନ ଆକ୍ସନ ରିପୋର୍ଟ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ ଦେବା ପାଇଁ କୁହାଯାଇଛି। ଦିଲ୍ଲୀ ଓ ଏନ୍‌ସିଆର ସହିତ ପ୍ରାୟ ଉତ୍ତର ଭାରତରେ ଶୀତ ଦିନ ଆରମ୍ଭ ହେବା ସହ କଟକଣା ସ୍ତର ବଢିବାରେ ଲାଗିଥାଏ। ଦିଲ୍ଲୀରେ ବାଣ ଓ ପଡୋଶୀ ରାଜ୍ୟରେ ପାଳ ଜାଳିବା ଦ୍ବାରା ବାୟୁ ପ୍ରଦୂଷଣ ବଢିଥାଏ। ଏହି ଦଶହରାରେ ବିଭିନ୍ନ ସ୍ଥାନରେ ରାବଣପୋଡିରେ ବାଣ ବ୍ୟବହାର ହେବା ଯୋଗୁଁ ପ୍ରଦୂଷଣ ଖୁବ୍ ବଢି ଯାଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!