ଓଡିଶାବିଶେଷଶ୍ରୀକ୍ଷେତ୍ରସଂସ୍କୃତି
Trending

ଶ୍ରୀରାଧା ପାଦ ଦର୍ଶନ : ଅଳଙ୍କାର ଆଚାର୍ଯ୍ୟ

ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନ ସାକ୍ଷୀଗୋପାଳ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ, ଶ୍ରୀ ରାଧା ପାଦ ଦର୍ଶନ ଓ ଜଗଦ୍ଧାତ୍ରୀ ପୂଜା। ଓଡ଼ିଶାର ଦ୍ୱିତୀୟ ଗଣ ପର୍ବ ଭାବେ ପରିଚିତ ସାକ୍ଷୀ ଗୋପାଳ ରେ ଏହି ଯାତ୍ରା ବଡ ଯାତ୍ରା ଓ ଭକ୍ତ ମାନେ ଅଁଳା ଗଛକୁ ପୂଜା ପୂଜା କରିଥାନ୍ତି। ଠାକୁର ଉତ୍ତର ଭାରତରୁ ଆସିଥିବାରୁ ଉତ୍ତର ଭାରତୀୟ ରୀତିନୀତି ଅନୁସାରେ ଠାକୁର ଙ୍କ ଦେବ ନୀତି ଆରମ୍ଭ ହେଇ ଥାଏ। ସେହି ପରି ଠାକୁରାଣୀ ଶ୍ରୀ ଶ୍ରୀ ରାଧା ରାଣୀ ଭାରତୀୟ ବେଶ ଭୂଷା ପରିଧାନ କରିଥାନ୍ତି। ବର୍ଷ ସାରା ଶ୍ରୀ ରାଧା ଙ୍କ ପାଦ ପଦ୍ମ ପିନ୍ଧା ବସ୍ତ୍ର ଦ୍ଵାରା ଆବୃତ ହେଇ ଥାଏ। କେବଳ ବର୍ଷକ ରେ ଏହି ଦିନ ଠାକୁରାଣୀ ଓଡ଼ିଆଣୀ ବେଶ ହେଇ କାଣିଆ କଛା ପିନ୍ଧି ଥାନ୍ତି। ତେଣୁ ଶ୍ରୀ ରାଧା ଙ୍କ ପିନ୍ଧା ବସ୍ତ୍ର ପାଦ ଉପରକୁ ଉଠି ରହିଥାଏ ଓ ଭକ୍ତ ମାନଙ୍କୁ ଠାକୁରାଣୀ ଙ୍କ ପାଦ ଦର୍ଶନ ର ଦୂଲ୍ଲଭ ଦର୍ଶନ ମିଳେ। ସେହି ପରି ଗୋପାଳ ଜୀଉ ଙ୍କୁ ମଧ୍ୟ ମନୋରମ ନଟବର ବେଶରେ ସୂସଜ୍ଜିତ କରାଯାଏ ।

ବ୍ରଜଭୁମି ଉତ୍ତରପ୍ରଦେଶର ଏକ ସାସ୍କୃତିକ ସ୍ଥାନ, ଅବଶ୍ୟ ରାଜନୈତିକ ଭାବେ ସ୍ଥାନ ନିରୂପିତ ହୋଇପାରିନାହିଁ । ଏହି ସ୍ଥାନ ମଥୁରା , ଜଳେଶର, ଆଗ୍ରା, ଆଲିଗଢ ରୁ ଇଟାହା, ଅଉରିୟା ଏବଂ ଫାରୁଖାବାଦ ପର୍ଯ୍ୟନ୍ତ ବିସ୍ତୃତ । ବିଶ୍ବାସ କରାଯାଏ ଶ୍ରୀକୃଷ୍ଣଙ୍କ ସବୁ ବାଲ୍ୟଲିଳା ଏବଂ କିଶୋର ଲିଳା ସବୁ ଏହି ସବୁ ସ୍ଥାନରେ ଘଟିତ । ହିନ୍ଦୁ ସଂସ୍କୃତି ଅନୁଯାୟୀ ଏହି ସ୍ଥାନ ସବୁ ମହତ୍ବପୂର୍ଣ୍ଣ ଅଟେ । ସେହି ବ୍ରଜଭୁମିର ସ୍ଥାପିତ ମୂର୍ତ୍ତି ଶ୍ରୀଗୋପାଳ ହିଁ ହେଉଛନ୍ତି ସାକ୍ଷୀ ଗୋପାଳ ଯାହା ପରବର୍ତ୍ତୀ କାଳରେ ସାକ୍ଷୀ ଗୋପାଳ, ପୁରୀ, ଓଡ଼ିଶାରେ ସ୍ଥାପନ ହୋଇଥିଲା।

ବହୁଦିନ ପର୍ଯ୍ୟନ୍ତ ସାକ୍ଷୀଗୋପାଳରେ ବହୁଦିନ ପର୍ଯ୍ୟନ୍ତ ବିନା ସହଚରିରେ ଥିଲେ । ଆଲୋଚନା ହେଲା ଶ୍ରୀରାଧା ମୃର୍ତ୍ତି ସ୍ଥାପିତ୍ତ ହେବ କିନ୍ତୁ କେଉଁ ରୁପରେ । ଗ୍ରାମରେ ଥିଲା ପରାମା ସୁନ୍ଦରୀ ବ୍ରାହ୍ମଣୀ କନ୍ୟା ଲକ୍ଷ୍ମୀ, ସାକ୍ଷୀଗୋପାଳଙ୍କ ମୂର୍ତ୍ତିକୁ ବହୁତ୍ ଭଲ ପାଉଥିଲେ । ନିର୍ଦିଷ୍ଟ ହେଲା ମୂର୍ତ୍ତି ରାଧାଙ୍କ ରୂପ ଲକ୍ଷ୍ମୀ ଭଳି ହେବ। ବିଶ୍ବାସ କରାଯାଏ ଲକ୍ଷ୍ମୀ ଲକ୍ଷ୍ମୀଙ୍କ ଅଂଶ ରେ ଜନ୍ମ ନେଇଥିଲା । ଯେଉଁଦିନଠୁ ମୂର୍ତ୍ତି କାମ ଆରମ୍ଭ ହେଲା ଲକ୍ଷ୍ମୀର ଦେହ ଖରାପ ଆରମ୍ଭ ହେଲା । କୁହାଯାଏ ମୂର୍ତ୍ତି ସ୍ଥାପନ ଦିନ ଲକ୍ଷ୍ମୀ ଦେହ ତ୍ୟାଗ କଲା । ବର୍ଷ ସାରା ରାଧାରାଣୀ ଘାଗାରା ଚୋଲି ରେ ପୂଜା ପାଇଥାନ୍ତି କେବଳ ଅଂଳା ନବମୀ ରେ ଓଡିଆଣି ବେଶରେ ନଜର ଆସିଥାନ୍ତି ଫଳରେ ରାଧା ପାଦ ଦର୍ଶନ ସମ୍ଭବ ହୋଇଥାଏ । ରାଧା ପାଦ ଦର୍ଶନ ଓ ସ୍ପର୍ଶ କେବଳ ଏହି ଅଂଳା ନବମୀ ରେ ସମ୍ଭବ ହୋଇଥାଏ ।

ଜୟ ଶ୍ରୀ ଶ୍ରୀ ରାଧା 🙏

ରାଜା ଉନମାଧବ ଯମୁନା ନଦୀକୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ପାଇଁ ସାକ୍ଷୀ ଦେବା ପାଇଁ ଆସି କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରିଲେ ନାହିଁ ଓ ସାକ୍ଷୀଗୋପାଳ ନାମରେ ପୂଜା ପାଇଲେ । ପରେ ଓଡ଼ିଶାର ରାଜା ପୁରୁଷୋତ୍ତମଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀସାକ୍ଷୀଗୋପାଳଙ୍କୁ ପୁରୀକୁ ସଙ୍ଗରେ ନେଇଆସିଲେ। ପୁରୀରୁ କଟକସ୍ଥ ବାରବାଟୀ ଦୁର୍ଗ, ବାରବାଟି ଦୁର୍ଗରୁ ଖୋର୍ଦ୍ଧାସ୍ଥ ରଥିପୁର ଓ ପରେ କନ୍ତଳବାଇକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ ପ୍ରଭୁଙ୍କ ମଣିବିଗ୍ରହ ପୁରୀ ଶ୍ରୀମନ୍ଦିରର ଭୋଗମଣ୍ଡପ ନିକଟରେ ସ୍ଥାପିତ ହେଲା ।

ସାକ୍ଷୀଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପଦିନ ପରେ ରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଷ ହେଲା – ସାକ୍ଷୀଗୋପାଳ ଭୋଗବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥଗୁଡ଼ିକୁ ଆଗରୁ ଉଚ୍ଛିଷ୍ଟ (ଅଇଁଠା) କରି ଦେଉଛି, ଆମେ ଉପବାସ ରହୁଛୁ । ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗିଗଲା, ରାଜା ଭାରି ବ୍ୟସ୍ତ ହୋଇପଡ଼ିଲେ । ରାଜା ଏହିପରି ଅଶ୍ୱସ୍ତିକର ଅବସ୍ଥାରେ ଥିବା ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ରାଜାଙ୍କ ପାଖକୁ ଯାଇ କହିଲେ ହେ ରାଜନ… ପୁରୀଠାରୁ ୧୫ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରିଅନା, ବକୁଳ, ତମାଳ, କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ବନରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ସ୍ଥାପନ କର । ଏହି ଧାମ ଠିକ ବୃନ୍ଦାବନ ଧାମ ପରି। ରାଜା ଶ୍ରୀରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କ ପରାମର୍ଶକୁ ସାକ୍ଷୀଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ପ୍ରଥମେ ସିଦ୍ଧବଳରାମଙ୍କ ନିକଟରେ ଏକ ମନ୍ଦିର ପ୍ରତିଷ୍ଠା କରାଇ ଶ୍ରୀସାକ୍ଷୀଗୋପାଳଙ୍କୁ ସ୍ଥାପନ କରାଇଲେ ।

ପରବର୍ତ୍ତୀ କାଳରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଅଛି । ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ ସାକ୍ଷୀଗୋପାଳରେ, ଶ୍ରୀରାଧା ରହିଲେ ବୃନ୍ଦାବନରେ । ପରସ୍ପର ସହିତ ମିଳନ ନ ହେବାରୁ ଉଭୟେ ଭାରି ଅଶ୍ୱସ୍ତି ଅନୁଭବ କଲେ। ସମୟକ୍ରମେ ପ୍ରିୟା ଶ୍ରୀରାଧା ସେବକ ସାହିସ୍ଥିତ ଶ୍ରୀସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ପ୍ରିୟା ଲକ୍ଷ୍ମୀ ରୂପରେ ଜନ୍ମଲାଭ କଲେ । ପ୍ରଭୁ ସାକ୍ଷୀଗୋପାଳ ନିତ୍ୟ ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ି ଆସି ଲକ୍ଷ୍ମୀ ସହ ଲକ୍ଷ୍ମୀଙ୍କ ବାସଭବନରେ ମିଳିତ ହୁଅନ୍ତି। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀସହ କେଳି କରନ୍ତି । ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ରାତ୍ରପିନ୍ଧା ବସନ, ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନ ଶେଜରୁ ମିଳିବାରୁ ରାଜା ବଡ଼ପଣ୍ଡା ଙ୍କୁ ଚୋର କହି ନାନା ନିର୍ଯ୍ୟାତନା ଦେଲେ । ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ସାକ୍ଷୀଗୋପାଳ ଙ୍କର ଶରଣ ପଶିଲେ । ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ଵପ୍ନରେ କହିଲେ… ହେ ରାଜନ! ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରିୟା

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!